ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବନ୍ଧୁଲି ଜଙ୍ଗଲରୁ ୫୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

Published By : Gurupada Nath | April 29, 2025 9:34 PM

ଫିରିଙ୍ଗିଆ, ୨୯/୪ : କିଛିଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଗୋଛାପଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା I ଚାଲାଣ ପାଇଁ କିଛି ଗଞ୍ଜେଇ ମାଫିଆ ପ୍ରସ୍ତୁତି ଚଳାଇଥିବାବେଳେ ଖବରପାଇ ଗୋଛାପଡ଼ା ଥାନା ଅଧୀନରେ ଥିବା ବନ୍ଧୁଲି ଜଙ୍ଗଲରେ ପୋଲିସ ଅତର୍କିତ ଚଢଉ କରିଥିଲା । ଫଳରେ ୭୩ଟି ପ୍ଲାଷ୍ଟିକ ବସ୍ତାରେ ଭର୍ତ୍ତି ହୋଇଥିବା ୧୮୨୫କିଲୋ ଗଞ୍ଜେଇକୁ ଜବତ କରିବାରେ ସଫଳ ହୋଇଥିଲେ । ମାତ୍ର ଘଟଣାସ୍ଥଳରୁ ପ୍ରସ୍ତୁତି ଚଳାଇଥିବା ମାଫିଆମାନେ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି I ସୂଚନା ଅନୁସାରେ ବନ୍ଧୁଲି ଜଙ୍ଗଲରେ କିଛି ଗଞ୍ଜେଇ ମାଫିଆ ଚାଲାଣ ପାଇଁ ପ୍ରସ୍ତୁତି ଚଳାଇଥିଲେ । କୌଣସି ସୂତ୍ରରୁ ପୋଲିସ  ଖବରପାଇ ଫୁଲବାଣୀ ସଦର ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ସହ ଏକ ସ୍ୱତନ୍ତ୍ର ଟିମ୍ ଓ ଥାନା ଅଧିକାରୀ ଚିରଞ୍ଜୀବ ବେହେରାଙ୍କ ସହ ଗୋଛାପଡ଼ା ଥାନାର ଏକ ଟିମ୍ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆଙ୍କ ଉପସ୍ଥିତିରେ ଏହି ବନ୍ଧୁଲି ଜଙ୍ଗଲରେ ଚଢ଼ଉ କରିଥିଲେ I 

ପୋଲିସ ଆସିବାର ଆଗୁଆ ସୂଚନାପାଇ ପ୍ରସ୍ତୁତି ଚଳାଇଥିବା ମାଫିଆମାନେ ତରବରିଆ ଭାବେ ଗଞ୍ଜେଇ ବସ୍ତା ଗୁଡ଼ିକୁ ଜଙ୍ଗଲ ଭିତରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ I ପରେ ପୋଲିସ ଗଞ୍ଜେଇ ବସ୍ତା ଗୁଡ଼ିକୁ ଜବତ କରି ଥାନାକୁ ଆଣିଥିବାବେଳେ ମଙ୍ଗଳବାର ଏହି ଘଟଣାକୁ ନେଇ କେଶ୍ ନଂ ୯୫/୨୫ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବା ସହ ଫେରାର ମାଫିଆମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀଙ୍କ ସହ ଏସଡିପିଓ ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି I ଅନ୍ୟପଟେ ଲଗାତର ଭାବେ ଗୋଛାପଡ଼ା ପୋଲିସ ଅଂଚଳରୁ ଗଞ୍ଜେଇ କାରବାରକୁ ସମୂଳେ ଧ୍ବଂସ କରିବାରେ ଲାଗି ପଡ଼ିଥିବାବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ ଓ ଏସ୍ଡ଼ିପିଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ରିତିମତ ଭାବେ ବିଭିନ୍ନ ସ୍ଥାନରେ ଚଢଉ କରି ଚାଲିଛନ୍ତି I କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହେଉଛି I

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.