ନୂଆଦିଲ୍ଲୀ,୦୯/୧୦: ବିଶ୍ୱର ବହୁ ଜଣାଶୁଣା ନିବେଶକ  ମାର୍କ ମୋବିୟସ୍‌ ଭାରତକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ  କହିଛନ୍ତି ଯେ, ଏ ବର୍ଷ ଶେଷ ସୁଦ୍ଧା  ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସୂଚକାଙ୍କ ସେନ୍‌ସେକ୍ସ ଲକ୍ଷେ ପାର୍‌  କରିବ ।  

ମୋବିୟସ୍‌ ନିବେଶକଙ୍କୁ  ପରାମର୍ଶ ଦେଇଛନ୍ତି ଯେ, ବର୍ତ୍ତମାନ  କୌଣସି ପ୍ରକାର ହ୍ରାସକୁ ଏକ  ସୁଯୋଗ ଭାବେ ଦେଖିବା ଉଚିତ ।  ୧ ଲକ୍ଷର ଲକ୍ଷ୍ୟ ବର୍ତ୍ତମାନର ବଜାର ମୂଲ୍ୟଠାରୁ ପ୍ରାୟ ୧୮% ସମ୍ଭାବ୍ୟ  ବୃଦ୍ଧିକୁ ଦର୍ଶାଉଛି ।  ସିଏନ୍‌ବିସିରେ ଏକ  ସାକ୍ଷାତ୍‌କାର ଅବସରରେ ମୋବିୟସ୍‌ କହିଛନ୍ତି ଯେ, ଚୀନ୍‌ର  ଷ୍ଟକ୍‌ ବଜାରରେ ଇତିମଧ୍ୟରେ  ଦେଖାଦେଇଥିବା ବୃଦ୍ଧି କ୍ଷଣସ୍ଥାୟୀ ।  ସେ ସଚେତନ କରିଛନ୍ତି ଯେ, ଚୀନ୍‌ର ପୁନଃରୁଦ୍ଧାର ପ୍ୟାକେଜ୍‌  ଯୋଗୁ ଧାତବ କ୍ଷେତ୍ରରେ  ଦେଖାଦେଇଥିବା ବୃଦ୍ଧି ଅସ୍ଥାୟୀ  ସାବ୍ୟସ୍ତ ହୋଇପାରେ ।  

ମୋବିୟସ କହିଛନ୍ତି ଯେ, ଏହା  ଏଥିପାଇଁ ଅସ୍ଥାୟୀ କାରଣ ବର୍ତ୍ତମାନ  ଏହା ସ୍ପଷ୍ଟ ହୋଇନାହିଁ ଯେ, ଚୀନ୍‌  ସରକାର ବଡ଼ ଶିଳ୍ପଗୁଡ଼ିକ ସହ ସମ୍ପୂର୍ଣ୍ଣ ଭାବେ ଛିଡ଼ା ହୋଇଛନ୍ତି  ଅବା ନାହିଁ । ସେ ଆହୁରି କହିଛନ୍ତି  ଯେ, ଚୀନ୍‌ର ଉତ୍ତମ ପ୍ରଦର୍ଶନ  ଯୋଗୁ ପ୍ରତ୍ୟେକ ବିକାଶମୁଖୀ  ବଜାର ପାଇଁ ଉତ୍ତମ ସମ୍ଭାବନା  ସୃଷ୍ଟି ହେବ । ଏସବୁ ବଜାରରେ  ପୁଞ୍ଜି ପ୍ରବାହ ବଢ଼ିବ । 

ମୋବିୟସ  କହିଛନ୍ତି ଯେ, ଯଦି ନିବେଶକଙ୍କ  ପାଖରେ ନିବେଶ କରିବା ପାଇଁ ୧୦୦  ଡଲାର ଥାଏ ତେବେ ସେମାନେ  ଭାରତୀୟ ବଜାରରେ ୫୦%,  ଚୀନ୍‌ ଏବଂ ତାଇୱାନ୍‌ ବଜାରରେ  ୨୫% ଏବଂ ଅବଶିଷ୍ଟ ୨୫% ତୁର୍କୀ,  ଭିଏତ୍‌ନାମ ଓ ଅନ୍ୟ ବିକାଶଶୀଳ ବଜାରରେ ନିବେଶ କରିପାରିବେ ।  ତାଙ୍କ ଅନୁସାରେ, ପୋର୍ଟଫୋଲିଓର  ୧୦% ଅଂଶ ସୁନାରେ ବି ଆବଣ୍ଟିତ  କରାଯାଇପାରିବ । 

ଆଲୋଚନାବେଳେ ମୋବିୟସ  କହିଲେ ଯେ, ବିକାଶମୁଖୀ ବଜାର  ହେଉଛି ତାହା ଯେଉଁଠି ନିବେଶର  ସୁଯୋଗ ଅନ୍ୱେଷଣ କରାଯିବା ଦରକାର । କାରଣ ଆଗକୁ ଯାଇ  ଏହି ବଜାରଗୁଡ଼ିକ ଆମେରିକା  ବଜାର ତୁଳନାରେ ଉତ୍ତମ ପ୍ରଦର୍ଶନ  କରିବାର ସମ୍ଭାବନା ରହିଛି । 

ଗତ ବର୍ଷକରେ ବିଏସ୍‌ଇ  ସେନ୍‌ସେକ୍ସରେ ୨୮.୫% ବୃଦ୍ଧି  ଘଟିଛି । ସେହିଭଳି ଗତ ୬  ମାସରେ ଏଥିରେ ପ୍ରାୟ ୧୫%  ବୃଦ୍ଧି ଦେଖିବାକୁ ମିଳିଛି । ଆଜି  କାରବାର ଶେଷରେ ସେନ୍‌ସେକ୍ସରେ  ୫୮୪.୮୧ ପଏଣ୍ଟ ବୃଦ୍ଧି ଘଟିଛି ।  ଫଳରେ ଏହା ୮୧,୬୩୪.୮୧  ପଏଣ୍ଟରେ ପହଞ୍ଚିଛି । ଅନ୍ୟପକ୍ଷରେ,  ନ୍ୟାସ୍‌ନାଲ ଷ୍ଟକ୍‌ ଏକ୍ସଚେଞ୍ଜ  (ଏନ୍‌ଏସ୍‌ଇ) ନିଫ୍‌ଟିରେ ୨୧୭.୪୧  ପଏଣ୍ଟ ବୃଦ୍ଧି ଘଟିବା ଫଳରେ ଏହା  ୨୫,୦୧୩.୧୫ ପଏଣ୍ଟରେ ପହଞ୍ଚିଛ