ପ୍ରମୂଖ ଖବର
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ବୈବାହିକ ବିବାଦ ମାମଲାରେ ସୁପ୍ରିମକୋର୍ଟ ଶୁଣାଣି, ସ୍ୱାମୀ କିମ୍ବା ସ୍ତ୍ରୀ ଅଲଗା ରହିବା ଅସମ୍ଭବ

Published By : Manoj | August 22, 2025 10:46 AM

ନୂଆଦିଲ୍ଲୀ,୨୨/୦୮: ବୈବାହିକ  ଜୀବନରେ ସ୍ୱାମୀ କିମ୍ବା ସ୍ତ୍ରୀ ଅଲଗା  ରହିବା ଅସମ୍ଭବ । ଉଭୟଙ୍କ ମଧ୍ୟରୁ  କେହି ବି କହିପାରିବେନି ଯେ ସେ ନିଜ  ପାର୍ଟନରଙ୍କଠାରୁ ଅଲଗା ରହିବାକୁ ଚାହାଁନ୍ତି । ଯିଏ ବି ଅଲଗା ରହିବାକୁ ଚାହାଁନ୍ତି ସେ ବିବାହ  କରିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ବିଚାରପତି ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍‌  ଆର୍‌ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି । ଦୁଇ ପିଲା ଥାଇ ଅଲଗା ରହୁଥିବା ଏକ ଦମ୍ପତିଙ୍କ ମଧ୍ୟରେ ବିବାଦ ମାମଲାର ଶୁଣାଣି କରି ଖଣ୍ଡପୀଠ କହିଥିଲେ, ବିବାହର ଅର୍ଥ ଦୁଇ ଆତ୍ମା ଦୁଇ ବ୍ୟକ୍ତି ଏକାଠି ରହିବା । ଆପଣମାନେ ଅଲଗା କିପରି ରହିପାରୁଛନ୍ତି ।  ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ନା କିଛି କାରଣରୁ  ଝଗଡ଼ା ତ ହୋଇଥାଏ । ସ୍ୱାମୀ ସ୍ତ୍ରୀ ଏକାଠି ରହିଲେ ଆମେ ଖୁସି ହେବୁ । ପିଲାମାନେ  ବି ଛୋଟ ଛୋଟ । ସେମାନଙ୍କୁ ଏବେଠାରୁ  ଏଭଳି ଭଙ୍ଗାରୁଜା ଘର ପରିବାର ସ୍ଥିତିର  ସାମ୍‌ନା କରିବାକୁ ପଡ଼ୁଛି । ପିଲାଙ୍କର କ’ଣ  ଭୁଲ ସେ ସେମାନଙ୍କ ଘର ଭାଙ୍ଗିଯିବ । 

ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ  ସ୍ୱାମୀ ସିଙ୍ଗାପୁରରେ ରୁହନ୍ତି । ଏବେ କିନ୍ତୁ ସେ  ଭାରତରେ ଅଛନ୍ତି । ବିବାଦ ମାମଲା ତୁଟାଇବା ଲାଗି ତାଙ୍କ ସ୍ୱାମୀ ଇଚ୍ଛୁକ ନାହାନ୍ତି । କେବଳ  ପିଲାଙ୍କର ହେପାଜତ ଚାହୁଁଛନ୍ତି । ଖଣ୍ଡପୀଠ  ମହିଳାଙ୍କୁ ପଚାରିଥିଲେ ଯେ ସେ କାହିଁକି  ତାଙ୍କ ସ୍ୱାମୀଙ୍କ ପାଖକୁ ସିଙ୍ଗାପୁର ଯାଉନାହାନ୍ତି ।  ସ୍ୱାମୀଙ୍କ ବ୍ୟବହାର ବେଶ୍‌ କ୍ରୁର ବୋଲି ମହିଳା  ଜଣକ କହିଥିଲେ । ସିଙ୍ଗଲ ମଦର ହେବା ଯୋଗୁ ତାଙ୍କୁ ଚାକିରିର ମଧ୍ୟ ଆବଶ୍ୟକତା  ରହିଛି । କାରଣ ତାଙ୍କ ସ୍ୱାମୀ ତାଙ୍କୁ କିଛି ବି  ଖର୍ଚ୍ଚ ଦେଉନାହାନ୍ତି । ଏହା ପରେ ଖଣ୍ଡପୀଠ  ତାଙ୍କ ସ୍ୱାମୀଙ୍କୁ ମହିଳାଙ୍କ ଆକାଉଣ୍ଟରେ ୫ ଲକ୍ଷ  ଟଙ୍କା ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।  ମହିଳା ଜଣକ କାହା ଉପରେ ନିର୍ଭର କରିବାକୁ  ଚାହାଁନ୍ତିନି ବୋଲି କହିଥିଲେ । 

ଜଷ୍ଟିସ ନାଗରତ୍ନା କହିଥିଲେ, ଏହା  ଆପଣ କହିପାରିବେନି । ଥରେ ବିବାହ  କରିବା ପରେ ଆପଣ ଭାବନାତ୍ମକ ଭାବେ  ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ  ସ୍ୱାମୀଙ୍କ ଉପରେ ନିର୍ଭରଶୀଳ ହୋଇଥାନ୍ତି ।  ତେଣୁ ଆପଣ ନିର୍ଭରଶୀଳ ନୁହଁନ୍ତି ବୋଲି  କହିପାରିବେନି । ଯଦି ଆପଣ ଏକା ସବୁକିଛି  ପାରିବେ ତେବେ ବିବାହ କାହିଁକି କରୁଥିଲେ ।  ବୋଧହୁଏ ମୁଁ ପୁରୁଣା ବିଚାରଧାରାର  ଲୋକ । କିନ୍ତୁ କୌଣସି ସ୍ତ୍ରୀ ନିଜ ସ୍ୱାମୀଙ୍କ  ଉପରେ ନିର୍ଭର ରହିବାକୁ ଚାହାଁନ୍ତିନି ବୋଲି  କହିପାରିବେନି ବୋଲି ଜଷ୍ଟିସ ନାଗରତ୍ନା  ଟିପ୍ପଣୀ ଦେଇଥିଲେ । ଏହା ଉପରେ ବିଚାର  କରିବା ପାଇଁ ମହିଳା ଜଣକ ସୁପ୍ରିମକୋର୍ଟଙ୍କୁ  ସମୟ ମାଗିଛନ୍ତି । ଦୁଇ ଜଣ ଶିକ୍ଷିତ । ତେଣୁ  ମିଳିମିଶି ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ ଉଭୟଙ୍କୁ ପରାମର୍ଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.