ଜହ୍ନlପଙ୍କ୨/୧ : ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ପାଇଁ ଶୁକ୍ରବାର ପୂର୍ବାହ୍ନରେ ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଜଗତୀ ନିକଟସ୍ଥ ଐତିହାସିକ ଚାରିଶମ୍ଭୁ ହରିହର ପୀଠରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଛି । ଉକ୍ତ ମଶାଲ ଶୋଭାଯାତ୍ରାରେ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ବିଡ଼ିଓ ଯୁଗଳ କିଶୋର ବିଶ୍ୱାଳ, ଲକ୍ଷ୍ମୀ ପ୍ରସାଦ ସରପଞ୍ଚ ଭାରତୀ ପୁରୋହିତ, ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶରତ ପୁରୋହିତ, ତେଲିବନ୍ଧ ସମିତି ସଭ୍ୟ ସୁନୀଲ ସେଠୀ, କାର୍ଯ୍ୟକ୍ରମ ସହାୟକ ସାମାଜିକ ସୁରକ୍ଷା ବିଭାଗ ରଂଜିତ ମହାନ୍ତି, ବିଏଲସି ବିଜୟ କୁମାର ଭୋଇ, ବ୍ଲକ କର୍ମଚାରୀ ସାନନ୍ଦ ପ୍ରଧାନ ସମେତ ୱାର୍ଡ ସଭ୍ୟ ସଭ୍ୟା, ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ଥିଲେ।

ବୌଦ୍ଧ ବ୍ଲକ କଳାକାର ସଂଘର ସଭାପତି ସ୍ୱାଧୀନ ପରିଡାଙ୍କ ତତ୍ୱାବଧାନରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ବାଦ୍ୟ କଳାକାର, ଲୋକ ନୃତ୍ୟ କଳାକାର ମାନେ ବିଭିନ୍ନ ପାରମ୍ପରିକ ବେଶ ପୋଷାକରେ କଳା ପରିବେଷଣ କରି ଶୋଭାଯାତ୍ରାରେ ମଶାଲକୁ ପାଛୋଟି ଆଣିଥିଲେ l ମଶାଲ ଶୋଭାଯାତ୍ରାର ସହ ସାଂସ୍କୃତିକ ଶୋଭାଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରି ବୌଦ୍ଧ ସହର ସ୍ଥିତ ବୁଦ୍ଧ ପାର୍କ ନିକଟରେ ପହଞ୍ଚିବା ପରେ ସେଠାରୁ ସମସ୍ତ ବ୍ଲକ ମାନଙ୍କ ପକ୍ଷରୁ ଅଣା ଯାଇଥିବା ମଶାଲକୁ କଚେରୀ ପଡିଆ ବୌଦ୍ଧ ମହୋତ୍ସବ ଠାରେ ପହଞ୍ଚି ଅତିଥି ମାନଙ୍କ ଦ୍ବାରା ବୌଦ୍ଧ ମହୋତ୍ସବ ଉଦଘାଟିତ ହୋଇଥିଲା।