ପ୍ରମୂଖ ଖବର
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ରାସ୍ତା କାର୍ଯ୍ୟରେ ମହାଦୁର୍ନୀତି ! ଯନ୍ତ୍ରୀଙ୍କ ସହ ମିଶି ଲୁଟୁଛନ୍ତି ଠିକା ସଂସ୍ଥା

Published By : Prameya | March 27, 2025 8:13 AM

ମଙ୍ଗଳପୁର,୨୭/୦୩ : ଲୋକଙ୍କ ଯାତାୟତ ସୁଗମ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହି ଅର୍ଥକୁ କେତେକ ଠିକା ସଂସ୍ଥା ଯନ୍ତ୍ରୀଙ୍କ ସହିତ ମିଶି ଲୁଟିବାରେ ଲାଗିପଡ଼ିଛନ୍ତି । ଏଭଳି ଏକ ଅଭିଯୋଗ ଆସିଛି ଦଶରଥପୁର ବ୍ଲକରେ । ପୂର୍ତ୍ତ ବିଭାଗ ରାସ୍ତା ଠାରୁ ଖୋସାଲପୁର, ରଣସାହି, ବେହେରା ସାହି, ମାଣିକିଡିହା ରାସ୍ତା ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ନେଇ ଅଭିଯୋଗ ହୋଇଛି । 

ଏହି ରାସ୍ତାର ଉନ୍ନତିକରଣ ପାଇଁ ପୂର୍ତ୍ତ ବିଭାଗ ତରଫରୁ ୫କୋଟି ୨୨ ଲକ୍ଷ ୮୧ ହଜାରେ ୮୦୧ ଟଙ୍କା ମଞ୍ଜୁର ହୋଇଥିଲା । ଜନୈକ ଠିକାଦାର କାର୍ଯ୍ୟାଦେଶ ହାତେଇ କାମ ଆରମ୍ଭ କରିଥିଲେ । ରାସ୍ତା କାର୍ଯ୍ୟ ୨୦୨୪ ସେପ୍ଟମ୍ବର ୩୦ତାରଖରୁ ଆରମ୍ଭ ହୋଇଥିବା ବେଳେ ନିର୍ମାଣ ଶେଷ ଅବଧି ଚଳିତ ବର୍ଷ ଜୁନ ମାସରେ ରହିଛି । ରାସ୍ତା ନିର୍ମାଣରେ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ଠିକା ସଂସ୍ଥା ଏକ ଫଳକ ମାଣିକଡିହା ଠାରେ ତିଆରି କରିଛନ୍ତି । ଫଳକଟି ଅଞ୍ଚଳବାସୀଙ୍କ ନଜରକୁ ଆସୁନାହିଁ। ଫଳକଟି ୪ ମାସ ହେବ ପୋତି ଠିକାଦାର ଚୂନ ମାରିଥିଲା । ଏବେ ଅବଧି ସରିବାକୁ ଆଉ ୯୫ଦିନ ବାକି ଥିବା ବେଳେ ଠିକା ସଂସ୍ଥା ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ତରବରିଆ ଭାବେ ଶେଷ କରିବାକୁ ଉଦ୍ୟମ କରୁଛି । ରାସ୍ତା ନିର୍ମାଣରେ ସିମେଣ୍ଟ ବାଲି ଓ ଚିପ୍ସ ବ୍ୟବହାରରେ ଭାଗ ମାପ ସଠିକ୍‌ ଭାବରେ ଦିଆଯାଉ ନାହିଁ । ଠିକା ସଂସ୍ଥାର ନିର୍ମାଣ କାର୍ଯ୍ୟ ଚାଲୁଥିବା ସମୟରେ କୌଣସ ଯନ୍ତ୍ରୀ ଉପସ୍ଥିତ ରହୁନଥିବା ଦେଖିବାକୁ ମିଳିଛି । 

କଂକ୍ରିଟରେ ଅଧିକ ପଟୁ ବାଲି ବ୍ୟବହାର କରାଯାଉଛି । ରାସ୍ତାର ସାଇଡ୍‌ ୱାଲରେ ମିଶୁଥିବା କଂକ୍ରିଟର ଭାଗ ମାପ ଏକ କଡ଼ା ସିମେଣ୍ଟ ସହ ୪ଟି ବାଲି ଓ ମନ ଇଚ୍ଛା ଚିପ୍ସ ପକାଯାଉଛି । ଏହି ପରିମାଣରେ ରାସ୍ତା ନିର୍ମାଣ କରାଗଲେ ଖୁବ କମ୍‌ ଦିନରେ ଏହି ରାସ୍ତାଟି ନଷ୍ଟ ହୋଇଯିବ ବୋଲି ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ସହକାରୀ ଯନ୍ତ୍ରୀ ବିନୋଦ କୁମାର ସିଆଳଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବପର ହୋଇପାରି ନାହିଁ । ରାସ୍ତା ନିର୍ମାଣ କାର୍ଯ୍ୟର ତଦାରଖ କରିବା ସଠିକ୍‌ ମାନ ସାମଗ୍ରୀ ବ୍ୟବହାର କରିବା ପାଇଁ ଛଞ୍ଚିଣା, ତରପଦା, ମଲ୍ଲିକାପୁର, କସପା ଆଦି ପଞ୍ଚାୟତରୁ ଜନସାଧାରଣ ଦାବି କରିଛନ୍ତି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ କାର୍ଯ୍ୟକୁ ତଦାରଖ କରୁଥିବା ସରକାରୀ ଯନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ଯଦି ତଦନ୍ତ ନହୁଏ ରାସ୍ତା ନିର୍ମାଣ ସମୟରେ ବହୁ ପଞ୍ଚାୟତବାସୀ ରାସ୍ତା ଉପରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ଖୋର୍ଦ୍ଧା ଜିଲ୍ଲା ପୋଲିସ ବିଭାଗରେ ହଲଚଲ, ୧୩୯ ପୋଲିସଙ୍କୁ ବଦଳି କଲେ ଏସ୍‌ପି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.