ନୂଆଦିଲ୍ଲୀ,୦୨/୧୧: ସୁପର ମାର୍କେଟରେ ଭୟଙ୍କର ବିସ୍ଫୋରଣ ହୋଇଛି । ଉତ୍ତର-ପଶ୍ଚିମ ମେକ୍ସିକୋର ହର୍ମୋସିଲୋର ଏକ ମାର୍କେଟରେ ବଡ଼ ଧରଣର ବ୍ଲାଷ୍ଟ ହୋଇଛି । ଯେଉଁଥିରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି । ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ରହିଥିବା ସୂଚନା ମିଳିଛି । ଆଖି ପିଖୁଳାକେ ଉତ୍ସବମୁଖୀ ଛୁଟି ସପ୍ତାହଟି ଲୋକଙ୍କ ପାଇଁ ଦୁଃଖଦ ପାଲିଟି ଯାଇଛି । ତ୍ରୁଟିପୂର୍ଣ୍ଣ ବିଦ୍ୟୁତ୍ ଟ୍ରାନ୍ସଫର୍ମର ଯୋଗୁଁ ବିସ୍ଫୋରଣ ଘଟି ଥାଇପାରେ ବୋଲି ଅନୁମାନ କରିଛନ୍ତି ଅଧିକାରୀ । ହର୍ମୋସିଲୋ ସିଟି ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି ମେକ୍ସିକୋ ଚଳିତ ସପ୍ତାହରେ ଡେ ଅଫ୍ ଦି ଡେଡ୍ ପାଳନ କରୁଥିଲା । ଏହି ସମୟରେ ମୃତ୍ୟୁ ବିସ୍ଫୋରଣ ହୋଇ ମାଡ଼ି ଆସିଛି ।
ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମ୍ । ଏକ୍ସରେ ସେ ଲେଖିଛନ୍ତି ,'' ମୃତକଙ୍କ ପରିବାର ପ୍ରତି ମୋର ସମବେଦନା । ସୋନୋରା ରାଜ୍ୟପାଳ ଆଲଫୋନ୍ସୋ ଡୁରାଜୋଙ୍କ ସହ ଯୋଗାଯୋଗରେ ଅଛି, ଆବଶ୍ୟକ ସ୍ଥଳେ ସହାୟତା ଯୋଗାଇବା ପାଇଁ କୁହାଯାଇଛି । ଗୃହ ସଚିବ ରୋଜା ଆଇସେଲା ରୋଡ୍ରିଗେଜଙ୍କୁ ପରିବାର ଏବଂ ଆହତମାନଙ୍କୁ ସହାୟତା କରିବା ପାଇଁ ଏକ ଟିମ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛି । "
Mis sentidas condolencias a las familias y seres queridos de las personas fallecidas en el incendio ocurrido en una tienda en el centro de Hermosillo.
— Claudia Sheinbaum Pardo (@Claudiashein) November 2, 2025
He estado en contacto con el gobernador de Sonora, Alfonso Durazo, para apoyar en lo que se necesite. Instruí a la secretaria de…
ମେକ୍ସିକୋ ଡେ ଅଫ୍ ଡେଡ୍ ପାଳନ କରୁଥିବା ସମୟରେ ଏହି ଅଘଟଣ ଘଟିଛି । ଏହା ଏକ ପାରମ୍ପରିକ ଛୁଟିଦିନ । ପରିବାର ଲୋକେ ମୃତକଙ୍କ ସମ୍ପର୍କୀୟମାନଙ୍କୁ ମନେ ପକାଇଥାନ୍ତି ।ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଅନ୍ତି । ହେଲେ ଏହି ସମୟରେ ବିସ୍ଫୋରଣ ଅନେକ ଜୀବନ ଦୀପ ଲିଭି ଯାଇଛି । ବିସ୍ଫୋରଣ କାହିଁକି ଘଟିଲା ସେ ବିଷୟରେ ଜରୁରୀକାଳୀନ ଦଳ ଏବଂ ତଦନ୍ତକାରୀମାନେ ଯାଞ୍ଚ କରୁଛନ୍ତି । ସ୍ଥାନୀୟ କର୍ତ୍ତୃପକ୍ଷ ବିସ୍ଫୋରଣ ଅଞ୍ଚଳକୁ ଜନସାଧାରଣଙ୍କୁ ନଯିବାକୁ ଅନୁରୋଧ କରିଛନ୍ତି । ମୃତକ ଦିବସ ପାଳନ ପାଇଁ ସେହି ଦିନ ଅନୁଷ୍ଠିତ ହେବାକୁ ଥିବା ଉତ୍ସବଗୁଡ଼ିକୁ ବାତିଲ କରାଯାଇଛି