ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୬୦ ମୃତ, ଅନେକ ଆହତ

Published By : Ankita S | July 17, 2025 11:43 AM

ନୂଆଦିଲ୍ଲୀ,୧୭/୦୭: ପୂର୍ବ ଇରାକର ଏକ ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏଥିରେ ଅତି କମ୍‌ରେ ୬୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ରିପୋର୍ଟ ମିଳିଛି । ସମ୍ବାଦ ସରବରାହ ସଂସ୍ଥା AFP ଅନୁଯାୟୀ, ଇରାକର ଅଲ-କୁଟର ଏକ ସୁପରମାର୍କେଟରେ ଏହି ଅଘଟଣ ଘଟିଛି । ମଲ୍‌ କୋଠା ହୁତୁ ହୁତୁ ହୋଇ ଜଳୁଛି ସେଥିରୁ ଧୂଆଁ ବାହାରୁଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଓ ଫଟୋଗୁଡ଼ିକରୁ ଏମିତି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି ।

ଦୁର୍ଘଟଣା ସହିତ ଜଡିତ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି, ଯେଉଁଥିରେ ୫ ମହଲା ବିଶିଷ୍ଟ କୋଠାଟି ହୁତୁହୁତୁ ହୋଇ ଜଳୁଛି । ଧୂଆଁମୟ ହୋଇଛି ସ୍ଥାନୀୟ ଅଞ୍ଚଳ । ଦୁର୍ଘଟଣା ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବା କାର୍ଯ୍ୟ ଜାରି ରଖିଛନ୍ତି । ୱାସିତ୍‌ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ୍-ମିଆହି ସରକାରୀ କହିଛନ୍ତି, "ଏକ ବଡ଼ ସପିଂ ମଲ୍‌ରେ ହୋଇଥିବା ଏହି ଅଗ୍ନିକାଣ୍ଡରେ ମୃତ୍ୟୁକଙ୍କ ସଂଖ୍ୟା ପ୍ରାୟ ୬୦ରେ ପହଞ୍ଚିଛି।  ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ୪୮ ଘଣ୍ଟା ମଧ୍ୟରେ ଘଟଣାର ପ୍ରାଥମିକ ରିପୋର୍ଟ ଜାରି ହେବ ।

୩ ଦିନ ଶୋକ ଘୋଷଣା- ୱାସିତ୍‌ ପ୍ରଦେଶର ରାଜ୍ୟପାଳ ମହମ୍ମଦ ଅଲ୍-ମାୟାହି କହିଛନ୍ତି ଯେ, ଏକ ମାର୍କେଟ୍ ଏବଂ ଏକ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡ ଘଟିଲା ସେତେବେଳେ ଅନେକ ଲୋକ ଖାଉଥିଲେ ଏବଂ ସପିଂ କରୁଥିଲେ । ଅଗ୍ନିଶମ କର୍ମଚାରୀମାନେ ଅନେକ ଲୋକଙ୍କୁ ଉଦ୍ଧାର କରିଥିଲେ ଏବଂ ନିଆଁ ଲିଭାଇଥିଲେ । ଏହି ଦୁଃଖଦ ଦୁର୍ଘଟଣା ଯୋଗୁଁ, ସାରା ଦେଶରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି । କୋଠା ଓ ମଲ ମାଲିକଙ୍କ ବିରୁଦ୍ଧରେ ଏକ ମାମଲା ଦାୟର ହୋଇଛି ।

ମାତ୍ର ୫ ଦିନ ତଳେ ଖୋଲିଥିଲା ମଲ୍‌- ପୂର୍ବ ଇରାକରେ ଅଗ୍ନିକାଣ୍ଡ ଘଟିଥିବା ମଲ୍‌ ୫ ଦିନ ତଳେ ଖୋଲାହୋଇଥିଲା । ମଲ୍‌ର ପ୍ରଥମ ମହଲାରୁ ନିଆଁ ଲାଗିଥିବା ଜଣାପଡିଛି । ପୂର୍ବରୁ ୨୦୨୩ରେ ଏକ ବିବାହ ଉତ୍ସବରେ ଭୟଙ୍କର ଅଗ୍ନିକାଣ୍ଡରେ ୧୦୦ଜଣଙ୍କର ମୃତ୍ୟୁ ହୋଇଥିଲା । ୧୫୦ ଜଣ ଆହତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.