ବଡୋଦରା – ଗୁଜରାଟର ବଡୋଦରାର କୋୟଲୀ ଅଞ୍ଚଳରେ ସୋମବାର ଇଣ୍ଡିଆନ ଅଏଲ କର୍ପୋରେସନ ( IOCL)ର ରିଫାଇନରୀରେ ବିସ୍ଫୋରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ନିଆଁରୁ ଉଠିଥିବା ଧୂଆଁର ଆସ୍ତରଣ ଅନେକ କିଲୋମିଟର ଯାଏ ବ୍ୟାପି ଯାଇଛି। ଧମାକା ପରେ ରିଫାଇନରୀରେ ଥିବା କର୍ମଚାରୀଙ୍କୁ ବାହାରକୁ ବାହାର କରିନିଆ ଯାଇଛି।

ଗୁଜରାଟର ବଡୋଦରାରେ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ) ର ରିଫାଇନାରୀରେ ବିସ୍ଫୋରଣ ପରେ ଭୟଙ୍କର ନିଆଁ ଲାଗି ଯାଇଛି। ଡିସିପି ଟ୍ରାଫିକ୍‌ ଜ୍ୟୋତି ପଟେଲ କହିଛନ୍ତି କି ଉଦ୍ଧାର ଅଭିଯାନ ଜାରି ରହିଛି। ଏବେସୁଦ୍ଧା କାହାର ମୃତ୍ୟୁ ବା ଗୁରୁତର ଆଘାତର କୌଣସି ରିପୋର୍ଟ ଆସି ନାହିଁ। ରେସ୍କ୍ୟୁ କରିବା ପରେ ହିଁ କୁହାଯାଇ ପାରେ କି କାହାର କଣ ହେଉଛି।

ସ୍ଥାନୀୟ ବିଧାୟକ ଧର୍ମେନ୍ଦ୍ରସିଂହ ବାଘେଲା କହିଛନ୍ତି , ମୋତେ ବାଜୱାର ସରପଞ୍ଚ ଅଜିତ୍‌ ପଟେଲଙ୍କର ଫୋନ୍‌ ଆସିଥିଲା । ସେ ରିଫାଇନରୀରେ ନିଆଁ ଲାଗିବାର ସୂଚନା ଦେଇ ଥିଲେ। ମୁଁ ରିଫାଇନରୀ ଅଧିକାରୀଙ୍କୁ ସଂପର୍କ କରିବାକୁ ଚେଷ୍ଟା କରିଥିଲି । ସେତେବେଳେ ସେମାନେ ନିଆଁ ଲିଭାଇବା ଅଭିଯାନରେ ସାମିଲ ଥିଲେ , ଏଥିପାଇଁ ମୋର ତାଙ୍କ ସହ ଟେଲିଫୋନ୍‌ରେ କଥାବାର୍ତ୍ତା  ହୋଇ ପାରି ନାହିଁ । ସୌଭାଗ୍ୟ ଯେ, କାହାର ମୃତ୍ୟୁର ସୂଚନା ନାହିଁ । 

ପିଟିଆଇର ରିପୋର୍ଟ ମୁତାବିକ , କୋୟଲୀରେ ଆଇଓସିଏଲ ରିଫାଇନାରୀରେ ସନ୍ଧ୍ୟା ପାଖାପାଥି ୪ଟା ସମୟରେ ବ୍ଲାଷ୍ଟ କାରଣରୁ ନିଆଁ ଲାଗିଥିଲା। ଧୂଆଁର ଆସ୍ତରଣ ଅନେକ କିଲୋମିଟର ଯାଏ ଦେଖିବାକୁ ମିଳିଛି। ଧମାକା ପରେ ରିଫାଇନରୀରେ ଥିବା କର୍ମଚାରୀଙ୍କୁ ବାହାରକୁ ଅଣାଯାଇଛି।