ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଶୋଇଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ,ଚାଲିଗଲା ୪ ଜଣଙ୍କ ଜୀବନ

Published By : Anindita Ratha | January 19, 2025 2:01 PM

ନୂଆଦିଲ୍ଲୀ, ୧୯/୦୧:  ଘରେ ଶୋଇଥିବା ବେଳେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଗୋଟିଏ ପରିବାରର ଚାଲିଗଲା ୪ ଜଣଙ୍କ ଜୀବନ। ତେବେ ଉତ୍ତର ପ୍ରଦେଶରେ ଅଘଟଣ।  ଘରେ ନିଆଁ ଲାଗି ଜଳିଗଲେ ୪ ଜଣ ।  ଉତ୍ତରପ୍ରଦେଶର ଗଜିଆବାଦରୁ ସାମ୍ନାକୁ ଆସିଛି ଏହି ଘଟଣା ।

ସୂଚନା ମୁତାବକ,  ପରିବାର ଲୋକେ ରାତିରେ ଖାଇ ପିଇ ଏକାଠି ଶୋଇଥିଲେ । ହେଲେ ସୂର୍ଯ୍ୟଦୋୟ ଦେଖିବା ପୂର୍ବରୁ ହିଁ ଚାଲିଯାଇଥିଲା ଜୀବନ । କୌଣସି କାରଣ ହେତୁ ଘରେ ନିଆଁ ଲାଗିବା ଫଳରେ ପରିବାର ଲୋକେ ଆଉ ବାହାରକୁ ବାହାରି ପାରିଲେ ନାହିଁ । ଫଳରେ ୩୨ ବର୍ଷୀୟ ମହିଳାଙ୍କ ସମେତ ତାଙ୍କର ଦୁଇ ନାବାଳକ ଛୁଆ ଏବଂ ସମ୍ପର୍କୀୟ ଛୁଆର ମୃତ୍ୟୁ ହୋଇଛି । ତେବେ ସୌଭାଗ୍ୟବଶତଃ ସ୍ବାମୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ନିଆଁ ଲାଗିବା ବେଳେ ଘରେ ସମୁଦାୟ ୮ଜଣ ରହିଥିଲେ । ଅନ୍ୟ ୨ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିଆଁ ଲାଗିବାର କାରଣ ଜଣାପଡି ନଥିବା ବେଳେ ସର୍ଟସର୍କିଟ ପାଇଁ ଏହା ହୋଇଥାଇପାରେ ବୋଲି କୁହାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.