ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଫ୍ରାନ୍ସରେ ଲାଗିଲା ଭୟଙ୍କର ଜଙ୍ଗଲ ନିଆଁ; ମାର୍ସେଲ ଏୟାରପୋର୍ଟ ଓ ରେଳ ସେବା ବନ୍ଦ, ଶହେରୁ ଅଧିକ ଆହତ

Published By : Bijay Swain | July 9, 2025 11:38 PM

ପ୍ୟାରିସ: ଫ୍ରାନ୍ସର ଦକ୍ଷିଣାଞ୍ଚଳରେ ଜୁଲାଇ ୮ ତାରିଖରେ ଲେସ ପେନ୍ସ-ମିରାବୋ ନିକଟରେ ଆରମ୍ଭ ହୋଇଥିବା ଏକ ଭୟଙ୍କର ଜଙ୍ଗଲ ନିଆଁ ମାର୍ସେଲ ସହରର ଉତ୍ତର-ପଶ୍ଚିମ ଉପକଣ୍ଠରେ ପହଞ୍ଚିଛି। ଯାହା ଫଳରେ ମାର୍ସେଲ ପ୍ରୋଭେନ୍ସ ଏୟାରପୋର୍ଟ ବନ୍ଦ ହେବା ସହ ରେଳ ସେବା ବାଧାପ୍ରାପ୍ତ ହୋଇଛି। ପ୍ରବଳ ପବନ ଓ ଶୁଷ୍କ ପାଗ ଯୋଗୁଁ ନିଆଁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ତେବେ ଏହି କାଳଗ୍ରାସି ନିଆଁରେ ୭୦୦ ହେକ୍ଟରରୁ ଅଧିକ ଜଙ୍ଗଲ ନଷ୍ଟ ହୋଇସାରିଲାଣି।

ଏହି ଭୟଙ୍କର ଜଙ୍ଗଲ ନିଆଁରେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବଂ ଶହ ଶହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ମାର୍ସେଲର ମେୟର ବେନୋଆ ପାୟାନଙ୍କ ଅନୁଯାୟୀ, ନିଆଁ ମିନିଟ ପ୍ରତି ୧.୨ କିଲୋମିଟର ବେଗରେ ବ୍ୟାପିବାରେ ଲାଗିଥିଲା। ଯାହା ଘନ ଜଙ୍ଗଲ, ପ୍ରବଳ ପବନ ଓ ଖାଲୁଆ ଭୂମି ଯୋଗୁଁ ନିୟନ୍ତ୍ରଣ କରିବା କଷ୍ଟମୂଳକ ଥିଲା।

୭୦୦ରୁ ଅଧିକ ଅଗ୍ନିଶମ କର୍ମୀ, ହେଲିକପ୍ଟର ଓ  ବିମାନ ସହାୟତାରେ ପାଣି ଢାଳି ନିଆଁ ଉପରେ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ଜୁଲାଇ ୯ ତାରିଖ ସୁଦ୍ଧା ନିଆଁର ତୀବ୍ରତା କିଛି କମିଛି। କିନ୍ତୁ ଏୟାରପୋର୍ଟ ବନ୍ଦ ରହିଛି ଓ ରେଳ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଏସଏନସିଏଫ ରେଳ ଅପରେଟରଙ୍କ ଅନୁଯାୟୀ, ମାର୍ସେଲ ଆସୁଥିବା ଓ ଯାଉଥିବା ଅନେକ ଟ୍ରେନ ବାତିଲ ହୋଇଛି। ସ୍ଥାନୀୟ ପ୍ରଶାସନ ଲୋକମାନଙ୍କୁ ଘରେ ରହିବାକୁ ଏବଂ ଘର ବନ୍ଦ ରଖି ଚାରିପାଖେ ଓଦା କପଡ଼ା ଲଗାଇବାକୁ ପରାମର୍ଶ ଦେଇଛି।

ଏହି ନିଆଁ ଫ୍ରାନ୍ସର ଗ୍ରୀଷ୍ମକାଳୀନ ଛୁଟି ଆରମ୍ଭ ସମୟରେ ହୋଇଥିବା ଯୋଗୁଁ ପର୍ଯ୍ୟଟକମାନେ ବିମାନ ଓ ରେଳ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଅନେକ ବିମାନ ନିସ, ନିମ୍ସ ଓ ଅନ୍ୟ ଆଞ୍ଚଳିକ ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଛି। ବୈଜ୍ଞାନିକମାନେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଏହି ନିଆଁର ତୀବ୍ରତା, ଅବଧି ଓ ଘଟଣାର ଆବୃତ୍ତିକୁ ବଢ଼ାଇ ଦେଇଛି।

ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ, ନିଆଁ ଏକ ମୋଟରୱେରେ ଗାଡ଼ିରେ ଲାଗିଥିବା ନିଆଁରୁ ଆରମ୍ଭ ହୋଇଥିଲା। ମାର୍ସେଲରେ ପ୍ରାୟ ୧୦ଟି ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ମୃତ୍ୟୁର ଖବର ମିଳିପାରି ନାହିଁ। ଜୁଲାଇ ୯ ସକାଳ ସୁଦ୍ଧା ନିଆଁ କିଛି ନିୟନ୍ତ୍ରଣକୁ ଆସିଛି, କିନ୍ତୁ ପ୍ରବଳ ପବନର ଆଶଙ୍କା ଯୋଗୁଁ ଅଧିକାରୀମାନେ ସତର୍କ ରହିଛନ୍ତି। ଏୟାରପୋର୍ଟ ଓ ରେଳ ସେବାର ପୁଣିଥରେ ଆରମ୍ଭ କରିବା ପାଇଁ ପ୍ରୟାସ ଜାରି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.