ଶ୍ରୀନଗର,୨୦/୦୪: ଭୂସ୍ୱର୍ଗରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଜମ୍ମୁକାଶ୍ମୀର ରାମବନ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫ୍ଲାସ ଫଡ୍ ସ୍ଥିତି ଉପୁଜିଛି । ଏକାଧିକ ଘର ଭାଙ୍ଗିଯିବା ସହିତ ଯାନବାହାନ ପୋତି ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କାଦୁଆ ମାଟି ତଳେ ଏକାଧିକ ଘର ପୋତି ହୋଇ ରହିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଜମ୍ମୁକାଶ୍ମୀର ଶ୍ରୀନଗର ରାମବନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଯାନବାହାନ ସହ ରାସ୍ତାଘାଟ ପୋତି ହୋଇଛି । ଜାତୀୟ ରାଜପଥରେ ପଥର ଖଣ୍ଡ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାଜରାସ୍ତା ପଥର ଓ କାଦୁଅମୟ ହୋଇଛି । ଭୂସ୍ଖଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର ଭାଙ୍ଗିବା ସହ ଯାନବାହାନ ନଷ୍ଟ ହୋଇଛନ୍ତି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଅଧିକ ପଢନ୍ତୁ...Bihar: ବିହାରର ଦରଭଙ୍ଗାରେ ଆଶ୍ଚର୍ଯ୍ୟଜନକ ଘଟଣା: ୭୦ ଦିନ ପରେ ଘରକୁ ଫେରିଲା ମୃତ ଘୋଷିତ ନାବାଳକ

ଯାନବାହାନଗୁଡ଼ିକ କାଦୁଅରେ ପୋତି ହୋଇ ରହିଛି । ରାସ୍ତାରେ ବଡ଼ ବଡ଼ ପଥର ପଡିଥିବା ଦେଖିବାକୁ ମିଳିଛି । ରାମବନରେ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫଳରେ ଯାନବାହାନ ଗୁଡିକ ଘାଟିକୁ ଖସି ପଡିଥିଲା । ସୌଭାଗ୍ୟବଶତଃ ରାସ୍ତା କଡରେ ପାର୍କ ହୋଇଥିବା ଗାଡିର କିଛି କ୍ଷୟକ୍ଷତି ହୋଇନଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ପଥରଖଣ୍ଡକୁ ରାସ୍ତାରୁ ହଟାଇ ଯୋଗାଯୋଗ ସ୍ବଭାବିକ କରିବାକୁ କାର୍ଯ୍ୟ ଜାରି ରହିଛି । ରାସ୍ତା ସଫା କବିବା ସହିତ ଯାତ୍ରୀମାନଙ୍କୁ ସାହାଯ୍ୟ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛୁ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।