ପ୍ରମୂଖ ଖବର
  • ଭୁବନେଶ୍ଵର : ORERAର ନୂତନ ଅଧ୍ୟକ୍ଷ ଅସିତ ମହାପାତ୍ର, ରାଜେନ୍ଦ୍ର ମିଶ୍ର ଓ ଶ୍ୟାମସୁନ୍ଦର ଦାସଙ୍କୁ ସଦସ୍ୟ ଦାୟିତ୍ଵ
  • ||
  • ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲା, ମେ ୨୮ରେ ରାୟ ଶୁଣାଇବେ ADJ କୋର୍ଟ
  • ||
  • ପଞ୍ଜାବରେ ମଦ ଟ୍ରାଜେଡ଼ି; ୫ ବର୍ଷରେ ଗଲାଣି ୧୭୬ ଜୀବନ
  • ||
  • ବିଏସ୍‌ଏଫ ଯବାନକୁ ଛାଡ଼ିଲା ପାକିସ୍ତାନ, ୨୦ ଦିନ ପରେ ପାକ୍ ଜେଲରୁ ମୁକ୍ତ ହେଲେ ପୂର୍ଣ୍ଣମ କୁମାର
  • ||
  • ନାଳ ଉପରୁ ଜବରଦଖଲ ଉଚ୍ଛେଦ, କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସାଲୁଜା ମୁହାଁମୁହିଁ
  • ||
  • ‘ଅପରେସନ ସିନ୍ଦୂର’ ପରେ ଆଜି ବସିବ CCSର ପ୍ରଥମ ବୈଠକ, ପାକିସ୍ତାନକୁ ନେଇ ନିଆଯାଇପାରେ ବଡ଼ ନିଷ୍ପତ୍ତି...
  • ||
  • ବୁଧବାର ବସିବ ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଗଞ୍ଜାମ : ଡାଲା ଅଟୋ ଓଲଟି ଦୁଇ ମୃତ, ୧୪ ଆହତ
  • ||
  • ଅନୁଗୁଳ : ବିଲକୁ ଯାଇଥିବା ବେଳେ ପଡ଼ିଲା ଚଡ଼କ, ବଜ୍ରାଘାତରେ ବାପ-ପୁଅ ମୃତ
  • ||
  • ଆନନ୍ଦପୁର : ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • ରଥଖଳା ହାଲ୍‌ଚାଲ୍‌...ଆଜି ପ୍ରସ୍ତୁତ ହେବ ୩ ନାହାକା ଚକ, ଭଉଁରି ଯାତ୍ରାରେ ଡ଼େରା ହେବ ଚକ ଅଖ
  • ||
  • ଦିନରେ ତାତି, ସନ୍ଧ୍ୟାରେ କାଳବୈଶାଖୀ: ଆସନ୍ତା ୩ ଦିନରେ ୩ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ୧୮ ଜିଲ୍ଲାରେ ଘଡ଼ଘଡି ସହ ବର୍ଷିବ
  • ||

ପ୍ରସ୍ତାବିତ ଗୋଳା ବାରୁଦ କାରଖାନା ନିର୍ମାଣ ବିରୁଦ୍ଧରେ ବିଶାଳ ଜନ ସଭା

Published By : Bijay Swain | May 14, 2025 5:08 PM

ଭଞ୍ଜନଗର,୧୪/୫: ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ପଂଚାୟତ ଅନ୍ତର୍ଗତ ନେତେରେଇ ପାହାଡ଼ ତଳେ ଏକ ଘରୋଇ କମ୍ପାନୀର ପ୍ରସ୍ତାବିତ ଗୋଳା ବାରୁଦ କାରଖାନା ନିର୍ମାଣ ହେବାକୁ ଯାଉଛି। ଏହି ବାରୁଦ କାରଖାନା ନିର୍ମାଣ ହେଲେ ପ୍ରାୟ ୨୭ ଖଣ୍ଡ ରାଜସ୍ୱ ଓ ଜଙ୍ଗଲ ଗ୍ରାମ ଗୁଡିକ ଧ୍ଵଂସ ବିଧ୍ୱସ୍ତ ହେବା ସହିତ ନେତେରେଇ ପାହାଡ଼ ତଳେ ଦୀର୍ଘ ବର୍ଷ ଧରି ଚାଷ ଓ ବାସ କରି ଆସୁଥିବା ସାଧାରଣ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେବ। ସାଧାରଣ ଲୋକ ବିଭିନ୍ନ ମାରାତ୍ମକ ରୋଗର ଶୀକାର ହେବେ। ପୁରୁଷ ପୁରୁଷ ଧରି ଚାଷ କରି ଆସୁଥିବା ଚାଷଜମି ଓ ଜଙ୍ଗଲ ଜମି ନଷ୍ଟ ହେବ। 

ଏଣୁ ଏହାର ପ୍ରତିବାଦରେ ଚାଷୀ ମୁଲିଆ ସଂଘ, ଓଡିଶା ଓ ମାନବାଧିକାର ସୁରକ୍ଷା ମଞ୍ଚର ଆହ୍ବାନ କ୍ରମେ ଏକ ପ୍ରତିବାଦ ସଭା ନେତେରେଇ ପାହାଡ ନିକଟରେ ଆୟୋଜିତ ହୋଇଯାଇଛି। ଏଥିରେ ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ କୁମାର ଗୟା, ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ରାଜ୍ୟ ନେତା ନିରାକାର ନାୟକ, ବ୍ଲକ ସମ୍ପାଦକ ଶିବରାମ ନାଇକ, ଲଡ଼ୁ ନାଇକ, ବସନ୍ତ କୁମାର ନାଇକ, ଶମ୍ଭୁ ନାୟକ, ଚିତ୍ରସେନ ପଲ୍ଲାଇ,ପୀତବାସ ନାୟକ ପ୍ରମୁଖ ଯୋଗଦେଇ ବାରୁଦ କାରଖାନା ବିରୁଦ୍ଧରେ ବିଷୋଦଗାର କରିଥିଲେ। ଯଦି ଏହି ପ୍ରସ୍ତାବିତ ବାରୁଦ କାରଖାନା ନିର୍ମାଣ ବନ୍ଦ ନହୁଏ ତେବେ ଆଗାମୀ ଦିନରେ ଏହାକୁ ନେଇ ଜୋରଦାର ସଂଘର୍ଷ ହେବ ବୋଲି ଏହି ନେତାମାନେ ଚେତାବନୀ ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.