କଟକ, ୮।୨ : ରବିବାର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ଭାରତ- ଇଂଲଣ୍ଡ ଦିନିକିଆ ମ୍ୟାଚ। ସେଥିପାଇଁ   ଶନିବାର ମ୍ୟାଚ ରେଫରୀ ଜଭାଗାଲ ଶ୍ରୀନାଥ ବାରବାଟୀର ପିଚ ନିରୀକ୍ଷଣ କରିଛନ୍ତି । ଶ୍ରୀନାଥ ଏବଂ ବିସିସି ଆଇ ଚିଫ କ୍ୟୁରେଟର ବାରବାଟୀ ଗ୍ରାଉଣ୍ଡରେ ପହଞ୍ଚିଥିଲେ।  ତାଙ୍କ ସହ ଆଇସିସିର ଏକ ପ୍ରତିନିଧି ମଣ୍ଡଳୀ ମଧ୍ୟ ବାରବାଟୀର ପିଚ ନିରୀକ୍ଷଣ କରିଛନ୍ତି। 

ବାରବାଟୀ ଦିନିକିଆ ପାଇଁ ୨ ଟି ପିଚ ପ୍ରସ୍ତୁତ କରାଯାଇଛି। ଗୋଟିଏ ବ୍ଲାକ ସଏଲ ପିଚ ଅନ୍ୟଟି ରେଡ ସଏଲରେ ପ୍ରସ୍ତୁତ ହୋଇଥିବା ପିଚ୍। ଉଭୟ ପିଚ ମ୍ୟାଚ ଉପଯୋଗୀ ବୋଲି ପୂର୍ବରୁ ଭେନ୍ୟୁ ମ୍ୟାନେଜର କହିସାରିଛନ୍ତି। କିନ୍ତୁ କେଉଁ ପିଚରେ ଖେଳ ହେବ, ତାର ଚୂଡାନ୍ତ ନିଷ୍ପତ୍ତି ମ୍ୟାଚ ରେଫରୀ ନେବେ।

ଅନ୍ୟପକ୍ଷରେ ଟିମ ଇଣ୍ଡିଆର ଖେଳାଳିମା‌ନେ ଶନିବାର ଭୁବନେଶ୍ବରରୁ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଅଭ୍ୟାସ କରିଛନ୍ତି। ମ୍ୟାଚ ଦିବସ ଯେତେ ପାଖେଇ ଆସୁଛି  ଲୋକଙ୍କ ଉତ୍ସାହ ସେତିକି ବଢ଼ି ବଢ଼ି ଚାଲିଛି ।  ପୂର୍ବରୁ ବାରବାଟୀରେ ଏହି ଦୁଇ  ଦଳ ମୋଟ୍‌ ୫ ଥର ମୁହାଁମୁହିଁ ହୋଇଛନ୍ତି ।