ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ମାତୃତ୍ୱ ଛୁଟିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ

Published By : Swapna Ray | May 23, 2025 1:28 PM

ନୂଆଦିଲ୍ଲୀ, ୨୩।୫: ମାତୃତ୍ୱ ଛୁଟିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ତାମିଲନାଡ଼ୁର ଦାୟର କରାଯାଇଥିବା ଏକ ଆବେଦନରେ ଶୁଣାଣି । ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କହିଲେ ସୁପ୍ରିମକୋର୍ଟ । ତାମିଲନାଡ଼ୁ ସରକାରଙ୍କ ଏଭଳି ନିଷ୍ପତ୍ତି ମହିଳାଙ୍କ ମୌଳିକ ଅଧିକାରର ଉଲ୍ଲଙ୍ଘନ ବୋଲି କହିଲେ ଆବେଦନକାରୀଙ୍କ ଓକିଲ । ଶୁକ୍ରବାର ସୁପ୍ରିମକୋର୍ଟ କହିଛନ୍ତି ଯେ, ମାତୃତ୍ୱ ଛୁଟି ମହିଳାମାନଙ୍କ ପ୍ରଜନନ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତାମିଲନାଡ଼ୁର ଜଣେ ମହିଳା ସରକାରୀ ଶିକ୍ଷକଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ଆବେଦନରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଶୁଣାଇଛନ୍ତି । ଏହି ମହିଳାଙ୍କୁ ତାଙ୍କ ଦ୍ୱିତୀୟ ବିବାହରୁ ଜନ୍ମିତ ସନ୍ତାନ ପାଇଁ ମାତୃତ୍ୱ ଛୁଟି ଅସ୍ୱୀକାର କରାଯାଇଥିଲା । ତାଙ୍କ ଆବେଦନରେ ମହିଳା ଜଣେ କହିଛନ୍ତି ଯେ, ତାଙ୍କର ପ୍ରଥମ ବିବାହରୁ ଦୁଇଟି ସନ୍ତାନ ଥିବା କାରଣରୁ ତାଙ୍କୁ ମାତୃତ୍ୱ ଛୁଟି ଦିଆଯାଇନଥିଲା । 

କହିରଖୁ କି, ତାମିଲନାଡ଼ୁରେ ଏକ ନିୟମ ରହିଛି ଯେ, ମାତୃତ୍ୱ ସୁବିଧା କେବଳ ପ୍ରଥମ ଦୁଇଟି ସନ୍ତାନ ପାଇଁ ହିଁ ପ୍ରଦାନ କରାଯିବ । ଆବେଦନକାରୀ କହିଛନ୍ତି ଯେ, ସେ ତାଙ୍କ ପ୍ରଥମ ବିବାହରୁ ଜନ୍ମିତ ଦୁଇ ସନ୍ତାନ ପାଇଁ କୌଣସି ମାତୃତ୍ୱ ଛୁଟି କିମ୍ବା ସୁବିଧା ଗ୍ରହଣ କରିନଥିଲେ । ମହିଳା ଏହା ମଧ୍ୟ ଦାବି କରିଛନ୍ତି ଯେ, ସେ ଦ୍ୱିତୀୟ ବିବାହ ପରେ ହିଁ ସରକାରୀ ଚାକିରିରେ ଯୋଗଦେଇଥିଲେ । ଆବେଦନକାରୀଙ୍କ ପକ୍ଷରୁ ଓକିଲ କେଭି ମୁଥୁକୁମାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ତାଙ୍କ ମୌଳିକ ଅଧିକାରର ଉଲ୍ଲଙ୍ଘନ କରିଛି, କାରଣ ସେ ପୂର୍ବରୁ ତାମିଲନାଡ଼ୁର ମାତୃତ୍ୱ ସୁବିଧା ନିୟମାବଳୀର କୌଣସି ଲାଭ ଉଠାଇନଥିଲେ ।

 

 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.