• ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ
  • କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ
  • ୩୩୧୦ ସ୍କୁଲରେ ଶତପତିଶତ ରେଜଲ୍ଟ

ଭୁବନେଶ୍ବର, ୨।୫ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ । ବୋର୍ଡ କାର୍ଯ୍ୟାଳୟରେ  ମାଟ୍ରିକ ରେଜଲଟ ପୁସ୍ତିକାକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର  ଉନ୍ମୋଚନ କରିଛନ୍ତି।  ଚଳିତ ବର୍ଷ ପାସ ହାର ୯୫.୩୩ ପ୍ରତିଶତ ରହିଛି।  ଗଜପତି ଜିଲ୍ଲାରେ ପାସ ହାର ସର୍ବାଧିକ ରହିଛି।  କେନ୍ଦୁଝର ଜିଲ୍ଲାରେ ପାସ୍ ହାର ସର୍ବନିମ୍ନ ରହିଛି। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।

ଏ ୧ ଗ୍ରେଡରେ ୨୪୫୬ ଜଣ ପାସ କରିଛନ୍ତି। ଏ ୨ରେ  ୧୫ ହଜାର ୬୮୧ ଛାତ୍ରଛାତ୍ରୀ ପାସ କରିଛନ୍ତି। ବି ୧ରେ ପାସ କରିଛନ୍ତି ୪୩ ହଜାର ୫୬୫। ବି୨ରେ ୮୬ ହଜାର ୧୦୩ ଛାତ୍ରଛାତ୍ରୀ ପାସ କରିଛନ୍ତି।  ସି ଗ୍ରେଡରେ ପାସ କରିଛନ୍ତି ଏକ ଲକ୍ଷ ୨୯ ହଜାର ୮୧୩ ଜଣ। ଡି ଗ୍ରେଡରେ ୧,୪୬,୧୫୨ ଜଣ ପାସ କରିଛନ୍ତି। ଇ ଗ୍ରେଡରେ ୯୫,୪୮୧ ଜଣ ପରୀକ୍ଷାର୍ଥୀ ଉର୍ତ୍ତଣ୍ଣ ହୋଇଛନ୍ତି। ୩୩୧୦ ସ୍କୁଲରେ ଶତପତିଶତ ରେଜଲ୍ଟ ହୋଇଛି। ଗଜପତି ଜିଲ୍ଲାରେ ୯୯.୩୧ ସର୍ବାଧିକ ପାସ ହାର ହୋଇଛି।।​​​​​​​​​​​​​​​​​​​​​

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ଯାଏ ଚାଲିଥିଲା । ୫,୪୪ ୬୭୦ ଛାତ୍ରଛାତ୍ରୀ ଫର୍ମପୂରଣ କରିଥିଲେ।  ୫ ଲକ୍ଷ ୩୬ ହଜାର ୩୦୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ୮ ହଜାର ୩୬୪ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ୫ ଲକ୍ଷ ୧୯ ହଜାର ୨୫୧ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। କେଉଁଝରରେ ସର୍ବାଧିକ ୭୫୨ ଜଣ  ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେହିପରି ମୟୂରଭଞ୍ଜରେ ୭୫୦ ଛାତ୍ରଛାତ୍ରୀ ଓ ବଲାଙ୍ଗୀରରେ ୬୪୦ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେହିପରି କେନ୍ଦୁଝରରେ ସର୍ବାଧିକ ଛାତ୍ରୀଛାତ୍ର ଫେଲ  ହୋଇଛନ୍ତି। କେନ୍ଦୁଝରରେ ୧୩୭୯ ଜଣ ଫେଲ ହୋଇଛନ୍ତି। ସେହିପରି ଯାଜପୁରରେ ୧୩୭୫ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ବାଲେଶ୍ବର ଜିଲ୍ଲରେ ସର୍ବାଧିକ ୩୦୫ ଛାତ୍ରଛାତ୍ରୀ ଏ୧ ରେ ପାସ କରିଛନ୍ତି। ଏହା ପଛକୁ ଗଞ୍ଜାମ ଜିଲ୍ଲାରେ ୩୦୪ ଛାତ୍ରଛାତ୍ରୀ ଏ୧ରେ  ପାସ୍ କରିଛନ୍ତି। ସେହପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୯୫ ସ୍କୁଲରେ ଶତପତିଶତ ରେଜଲ୍ଡ ହୋଇଛି।

ସେହିପରି ମଧ୍ୟମାରେ ପାସ୍ ହାର ୮୭.୩ ପ୍ରତିଶତ ରହିଛି। ମାଟ୍ରିକ୍ ମଧ୍ୟମା ପରୀକ୍ଷା ଫଳ ୨୦୨୬  ପାସ୍ କରିଛନ୍ତି ୨ ହଜାର ୯୩୧ ଜଣ । ପରୀକ୍ଷା ଦେଇଥିଲେ ୨୯୮୨ ପରୀକ୍ଷାର୍ଥୀ ।  A1’ ଗ୍ରେଡରେ ଜଣେ ବି ହେଲେନି ପାସ୍ । A2’ଗ୍ରେଡରେ ୮୧ ଜଣ ଉତ୍ତୀର୍ଣ୍ଣ, B1’ ରେ ୧୦୨୦ ଜଣ ପାସ୍  ହୋଇଛନ୍ତି। ସେହିପରି  B2’ଗ୍ରେଡରେ ୧୧୭୪ ଜଣ ଉତ୍ତୀର୍ଣ୍ଣ,  C’ରେ ୬୫୦ ଜଣ , D ଗ୍ରେଡରେ ୫ ଜଣ ଏବଂ E’ ରେ ଜଣେ ପାସ୍ ହୋଇଛନ୍ତି।  ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଉତ୍ତୀର୍ଣ୍ଣ ହାର ୫୯.୯୨ ପ୍ରତିଶତ ରହିଛି ।  

ପରୀକ୍ଷାର୍ଥୀମାନେ  ବୋର୍ଡର ୱେବସାଇଟ www.bseodisha.ac.in ଓ www.bseodisha.nic.in ରେ ପରୀକ୍ଷା ଫଳ ଦେଖିପାରିବେ । ଇଣ୍ଟରନେଟ୍ ସୁବିଧା ନଥିଲେ ମଧ୍ୟ ମୋବାଇଲ୍ ମେସେଜ୍ ମାଧ୍ୟମରେ ରେଜଲ୍ଟ ଜାଣିହେବ । ଓଡିଆ ଅସ୍ମିତାକୁ ଗୁରୁତ୍ବ ଦେଇ ପ୍ରଥମ ଥର ପ୍ରଥମ ଥର  ମାଟ୍ରିକ ସାର୍ଟିଫିକେଟ ଓଡ଼ିଆରେ ମିଳିବ । ଉଭୟ ଓଡ଼ିଆ ଓ ଇଂରାଜୀରେ  ଛାତ୍ରଛାତ୍ରୀଙ୍କୁ ମିଳିବ ମାଟ୍ରିକ ସାର୍ଟିଫିକେଟ।