ଭୁବନେଶ୍ଵର, ୫/୧୨ : ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା। ପ୍ରକାଶ ପାଇଲା ପରୀକ୍ଷା ସୂଚୀ। ଫେବୃଆରୀ ୧୯ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ଯାଏଁ ଚାଲିବ। ସକାଳ ୯ଟାରୁ ସାଢେ ୧୧ଟା ଯାଏଁ ପରୀକ୍ଷା ହେବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି। 

ଫେବୃଆରୀ ୧୯ରେ ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ରହିଛି। ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ/ହିନ୍ଦୀ, ୨୫ରେ ବିଜ୍ଞାନ, ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ରହିଛି। ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ମିଳିବ।  ଉଭୟ ରେଗୁଲାର ଏବଂ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ଏହି କାର୍ଯ୍ୟସୂଚୀ ଲାଗୁ ହେଉଛି । ଏଥର ୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେବେ ।

ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବୋର୍ଡ ତରଫରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ପରୀକ୍ଷା ମଝିରେ ଗୋଟିଏ ଦିନ ଗ୍ୟାପ୍ ଦିଆଯାଇଛି। ୩୧୩ ନୋଡାଲ ସେଣ୍ଟର, ୩ ହଜାରରୁ ଉର୍ଦ୍ଧ୍ଵ ପରୀକ୍ଷା କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ର ଭାଇରାଲ୍ ରୋକିବାକୁ ପଦକ୍ଷେପ ନିଆଯାଇଛି। ପୂର୍ବ ବର୍ଷ ପରି ପ୍ରଶ୍ନପତ୍ରରେ କ୍ୟୁଆର କୋଡ୍ ଓ ୱାଟର ମାର୍କ ରହିବ ବୋଲି ବୋର୍ଡ ସଭାପତି କହିଛନ୍ତି। 

​​​​ନିମ୍ନରେ ପରୀକ୍ଷା କାର୍ଯ୍ୟସୂଚୀ :