ଭୁବନେଶ୍ବର,୩୦/୪ : ମେ‘ ୨ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ମଧ୍ୟମା, ଓପନ ସ୍କୁଲ୍ ପରୀକ୍ଷା ଫଳ ବି ପ୍ରକାଶ ହେବ । ମେ ୨ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । Bseodisha.nic.in ରେ ରେଜଲ୍ଟ ଉପଲବ୍ଧ ହେବ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମୌଖିକ ଭାବେ ସୂଚନା ଦିଆଯାଇନଥିଲାବେଳେ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛି BSE ।
ଅପରାହ୍ନ ୪ଟାରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ ପାଇବ । କିନ୍ତୁ ସନ୍ଧ୍ୟା ୬ଟା ପରଠାରୁ ପରୀକ୍ଷାର୍ଥୀମାନେ ଓ୍ବେବସାଇଟରେ ତାଙ୍କର ଫଳାଫଳ ଦେଖିପାରିବେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଯେଉଁ ସାର୍ଟିଫିକେଟ୍ ଓ ମାର୍କସିଟ୍ ଦିଆଯିବ ସେଗୁଡ଼ିକ ଇଂରାଜୀ ସହ ଓଡ଼ିଆରେ ଲିପିବଦ୍ଧ ହେବ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମଧ୍ୟ ଏହାକୁ ନେଇ ଏକ ଉତ୍ସାହ ଦେଖାଦେଇଛି । ରେଜଲ୍ଟ ଦିନ ସର୍ଭର ଟିକେ ସମସ୍ୟା ଦେଖାଯାଏ । ଯେଉଁ ସ୍ଥାନରେ ଇଣ୍ଟରନେଟ୍ ସୁବିଧା ନାହିଁ ସେଠାରେ ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ରେଜଲ୍ଟ ପାଇପାରିବେ ବୋଲି ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ଥର ରାଜ୍ୟର ମୋଟ ୩,୦୮୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୫ ଲକ୍ଷ ୬୧ ହଜାର ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ଦେଇଛନ୍ତି ।