କଟକ, ୨୨। ୬(ବ୍ୟୁରୋ): ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଏସଓଏସସି ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ବୋର୍ଡ ୱେବସାଇଟରେ ଉପଲବ୍ଧ । ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରୁ ଡାଉନଲୋଡ କରି ଆଡମିଟ କାର୍ଡ ନେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।
ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ(ଏସଓଏସସି) ପରୀକ୍ଷା ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ। ୬ଟି ଯାକ ବିଷୟରେ ହେଉଥିବା ଏହି ପରୀକ୍ଷା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଉକ୍ତ ପରୀକ୍ଷା ଲାଗି ଆବେଦନରତ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ୱେବସାଇଟରେ ଉପଲବ୍ଧ କରାଯାଇଛି । ଆବେଦନକାରୀ ବୋର୍ଡ ୱେବସାଇଟରୁ ଡାଉନଲୋଡ କରି ଆଡମିଟ କାର୍ଡ ନେଇ ପାରିବେ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।