କଟକ, ୨୮/୦୫ : ଆସନ୍ତା ଜୁଲାଇ ୨ ତାରିଖରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେବ । ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସକାଳ ୯ ଟାରୁ ଦିନ ୧୧ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ପରୀକ୍ଷା ହେବ । ପରୀକ୍ଷା ମାତୃଭାଷା ଓଡ଼ିଆରୁ ଆରମ୍ଭ ହେବ । ୪ ତାରିଖରେ ଇଂରାଜୀ, ୫ରେ ଟିଏଲ୍‌ଭି ପ୍ରାକ୍ଟିକାଲ୍‌ ପରୀକ୍ଷା ହେବ । ତେବେ ୬ତାରିଖରେ ଗଣିତ ପରୀକ୍ଷା ସକାଳ ୯ଟାରୁ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ୮ରେ ସାଧାରଣ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ ତାରିଖରେ ସଂସ୍କୃତ ଓ ହିନ୍ଦୀ ବିଷୟ ପରୀକ୍ଷା ରହିଛି ବୋଲି ବୋର୍ଡ ପକ୍ଷରୁ ପ୍ରକାଶିତ ପରୀକ୍ଷା ସୂଚୀରୁ ଜଣାପଡିଛି ।

ଏହି ଖବରଟିକୁ ପଢନ୍ତୁଆଜିଠୁ ଯୁକ୍ତ ତିନି ନାମଲେଖା ଆବେଦନ, ଜୁଲାଇ ୯ରୁ ପାଠପଢ଼ା ଆରମ୍ଭ

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ (ଏସ୍‌ଓଏସ୍‌ସି) ପରୀକ୍ଷା ମଧ୍ୟ ଜୁଲାଇ ୨ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏ ଚାଲିବ । ୨ରେ ପ୍ରଥମ ଭାଷା ଓଡ଼ିଆ ବିଷୟ ଥିବାବେଳେ ୩ରେ ପେଣ୍ଟିଙ୍ଗ୍‌ ଥିଓରି ପରୀକ୍ଷା, ୪ରେ ଇଂରାଜୀ, ୬ରେ ଗଣିତ ପରୀକ୍ଷା, ୭ରେ ହୋମ ସାଇନ୍ସ ଥିଓରି, ୮ରେ ବିଜ୍ଞାନ, ୯ରେ ସାମାଜିକ ବିଜ୍ଞାନ ଏବଂ ୧୦ରେ ଇଣ୍ଡିଆନ୍‌ କଲ୍‌ଚର୍‌ ଏବଂ ହେରିଟେଜ୍‌ ପରୀକ୍ଷା ରହିଛି।