କଟକ,୧୫/୦୮: ଶନିବାର ପ୍ରକାଶ ପାଇବ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା  ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ ଓ ଷ୍ଟେଟ୍‌ ଓପନ ସ୍କୁଲ  ସାର୍ଟିଫିକେଟ(ଏସ୍‌ଓଏସ୍‌ସି) ପରୀକ୍ଷା ଫଳ ।  ମଧାହ୍ନ ୧୨ଟାରେ ଉକ୍ତ ପରୀକ୍ଷା ଫଳ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ହେବ ବୋଲି ବୋର୍ଡ ସୂତ୍ରରୁ ପ୍ରକାଶ ପାଇଛି । 

୨୦୨୫ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍‌ ଏବଂ ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀ ମିଶି ୩ ହଜାର  ୪୮୭ ଜଣ ପରୀକ୍ଷାର୍ଥୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ଲାଗି ଆବେଦନ  କରିଥିଲେ । ଜୁଲାଇ ୧ରେ ଉକ୍ତ ପରୀକ୍ଷା ରାଜ୍ୟର ୯୮ ଟି କେନ୍ଦ୍ରରେ  ଅନୁଷ୍ଠିତ ହୋଇଥିଲା । 

ସେହିପରି ଏସ୍‌ଓଏସ୍‌ସି ପରୀକ୍ଷା ୧୦ ହଜାର ୮୦୯  ଜଣ ପରୀକ୍ଷାର୍ଥୀ ୧୦୩ଟି ପରୀକ୍ଷା କେନ୍ଦ୍ରରେ ଦେଇଥିଲେ । ତେବେ ଏହି  ଦୁଇଟି ଯାକ ପରୀକ୍ଷା ଫଳ ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ପ୍ରକାଶ କରାଇବା  ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ହୋଇଥିଲେ ହେଁ ଜୁଲାଇ ୨୦ରେ ହେବାକୁ ଥିବା ଓଟିଇଟିରେ ପ୍ରଶ୍ନ ଲିକ୍‌ ଘଟଣା ବୋର୍ଡରେ ବିବାଦୀୟ ସ୍ଥିତି ଉପୁଜିଥିଲା ।  ତେଣୁ ଫଳ ପ୍ରକାଶରେ ବିଳମ୍ବ ହୋଇଥିବାର ଜଣାପଡ଼ିଛି ।