ମୁମ୍ୱାଇ: ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ମତଦାନ ଶେଷ ହୋଇଛି । ଏହାସହ ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ ମଧ୍ୟ ସାମନାକୁ ଆସିବାରେ ଲାଗିଛି । ଏକଜିଟ୍‌ ପୋଲ୍‌ରେ ବିଜେପି ପାଇଁ ଆସିଛି ଖୁସି ଖବର । ମହାରାଷ୍ଟ୍ରରେ ପୁଣି ଥରେ ବିଜେପି ମେଣ୍ଟ ସରକାର ଆସିପାରେ । ମହାରାଷ୍ଟ୍ରରେ ମହାୟୁତି ସରକାର ଫେରୁଥିବା ନେଇ ଏକଜିଟ୍ ପୋଲରୁ ଜଣାପଡୁଛି । ମାଟ୍ରିଜ୍ ଏକଜିଟ୍ ପୋଲ୍ ଅନୁସାରେ ବିଜେପି ନେତୃତ୍ୱାଧୀନ ମହାୟୁତିକୁ ୪୮ ପ୍ରତିଶତ ଏବଂ ମହାବିକାଶ ଅଘାଡ଼ି (ଏମଭିଏ)କୁ ୪୨ପ୍ରତିଶତ ଭୋଟ୍ ମିଳିପାରେ । ଭୋଟ୍‌ ସେୟାରକୁ ଯଦି ସଂଖ୍ୟାରେ ଦେଖାଯାଏ ତେବେ, ବିଜେପି ମେଣ୍ଟ ୧୫୦-୧୭୦ ଆସନ ଜିତି ସରକାର ଗଢିବାକୁ ଯାଉଛି । ଅନ୍ୟପଟେ କଂଗ୍ରେସ ମେଣ୍ଟକୁ ୧୧୦-୧୩୦ ଆସନ ମିଳିପାରେ । ୮-୧୦ରୁ ଆସନ ଅନ୍ୟ ଦଳଙ୍କ ଖାତାକୁ ଯାଇପାରେ ।

ସେହିଭଳି ପିପୁଲ୍ସ ପଲ୍‌ସର ଆକଳନ ଅନୁସାରେ, ବିଜେପି ପ୍ଲସ୍‌କୁ ୧୮୨ ଆସନ୍‌ ମିଳୁଥିବା ବେଳେ କଂଗ୍ରେସ ପ୍ଲସ୍‌କୁ ୯୭ ଆସନ ମିଳିପାରେ ।  ପି-ମାର୍କର ଏକଜିଟ୍‌ ପୋଲ୍‌କୁ ଦେଖିଲେ ବିଜେପି ମେଣ୍ଟକୁ ୧୩୭-୧୫୭ ଆସନ ଆସିପାରେ । ଏମଭିଏ ଖାତାକୁ ୧୨୬-୧୪୬ ଆସନ ଯାଇପାରେ ବୋଲି ପି-ମାର୍କ ଆକଳନ କରିଛି । 

ନ୍ୟୁଜ୍‌ ୨୪- ଚାଣକ୍ୟ:

ବିଜେପି ମେଣ୍ଟ- ୧୫୨-୧୬୦

କଂଗ୍ରେସ ମେଣ୍ଟ- ୧୩୦-୧୩୮

ଅନ୍ୟ- ୬-୮

ଲୋକସାହି ମରାଠୀ:

ମାହାୟୁତି- ୧୨୮-୧୪୨

ଏମଭିଏ- ୧୨୫-୧୪୦

ଅନ୍ୟ- ୧୮-୨୩