ଭୁବନେଶ୍ୱର,୦୨/୦୭:  ବିଏମ୍‌ସି ଅଧିକାରୀଙ୍କୁ ମାଡ଼ମରା ଘଟଣାରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଏଥିରେ ବିଏମ୍‌ସିର ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର  ଯୋଗଦେବେ । ବୈଠକରେ କେଉଁ ପରିସ୍ଥିତିରେ  ଏପରି ଘଟଣା ଘଟିଲା ତାର ତର୍ଜମା କରାଯିବ । 

ବିଏମ୍‌ସିର ଅତିରିକ୍ତ କମିଶନର ରତ୍ନାକର  ସାହୁଙ୍କ ଆକ୍ରମଣ ଘଟଣାକୁ ନେଇ ବିଏମ୍‌ସି  ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି । ସହରରେ ସମସ୍ତ ମୌଳିକ ସୁବିଧାରୁ ସାଧାରଣ ଲୋକେ ବଞ୍ଚିତ ହୋଇଛନ୍ତି । ଏହି ଅଚଳାବସ୍ଥା ଦୂର କରିବାକୁ ମେୟର ସୁଲୋଚନା ଦାସ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ବୈଠକରେ ଆକ୍ରମଣ ସମୟରେ ବିଏମ୍‌ସିରେ ନିୟୋଜିତ ଥିବା ସୁରକ୍ଷାକର୍ମୀ କାହିଁକି ଘଟଣାସ୍ଥଳକୁ ଆସିଲେ ନାହିଁ ସେ ଉପରେ ବିଶଦ୍‌ ଆଲୋଚନା ହେବ ।