ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ସେନା ମୁଖ୍ୟ କହିଥିଲେ ଏଲଏସିରେ ସ୍ଥିତି ସମ୍ବୋଦନଶୀଳ, ଜାଣନ୍ତୁ କ’ଣ କହିଲା ବୈଦେଶିକ ମନ୍ତ୍ରଣାଳୟ ?

Published By : Harapriya Biswal | January 18, 2025 8:39 PM

ନୂଆଦିଲ୍ଲୀ,୧୮।୧: ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "ସେନା ମୁଖ୍ୟ ଯାହା କହିଛନ୍ତି ଏବଂ ଆମେ ଯେଉଁ ମତ ନେଇଛୁ ସେଥିରେ ଆମେ କୌଣସି ବିରୋଧାଭାସ ଦେଖୁନାହୁଁ।" ଗତ ବର୍ଷ ଅକ୍ଟୋବର ୨୧ ରେ ହୋଇଥିବା ଚୁକ୍ତି ପରେ, ଭାରତ ଏବଂ ଚୀନ୍ ସାମରିକ  ସେନା ପକ୍ଷ ଡେମଚୋକ୍ ଏବଂ ଡେପସାଙ୍ଗର ବାକି ଦୁଇଟି ବିବାଦିତ ସ୍ଥାନରୁ   ସୈନିକଙ୍କୁ ପ୍ରତ୍ୟାହାର କରିନେଇଛନ୍ତି।

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଚଳିତ ସପ୍ତାହରେ ଏକ ସାମ୍ବାଦିକ ସମ୍ମିଳନୀରେ ଜେନେରାଲ ଦ୍ୱିବେଦୀ କହିଥିଲେ ଯେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ଏବେ ବି କିଛି ମାତ୍ରାରେ ଗତିରୋଧ ରହିଛି ଏବଂ ପରିସ୍ଥିତିକୁ ଶାନ୍ତ କରିବା ଏବଂ ବିଶ୍ୱାସ ଫେରାଇ ଆଣିବା ପାଇଁ ଉଭୟ ପକ୍ଷଙ୍କୁ ଏକାଠି କାମ କରିବାକୁ ପଡିବ। ।  

ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ସେନା ମୁଖ୍ୟଙ୍କ ମନ୍ତବ୍ୟ ବିଷୟରେ ପଚରାଯିବାରୁ ଜୟସୱାଲ କହିଥିଲେ, ଏହି ପ୍ରସଙ୍ଗରେ ସେନା ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଉଭୟଙ୍କର ସମାନ ମତ ରହିଛି।  ମୁଁ ସଂସଦରେ ବୈଦେଶିକ ମନ୍ତ୍ରୀଙ୍କ ମତ ଉଲ୍ଲେଖ କରିବାକୁ ଚାହେଁ। ବୈଦେଶିକ ମନ୍ତ୍ରୀ ସେନା ପ୍ରତ୍ୟାହାର ସମ୍ପର୍କରେ ସ୍ପଷ୍ଟ ଭାବରେ ମତ ଦେଇଛନ୍ତି। ୨୧ ଅକ୍ଟୋବରରେ ହୋଇଥିବା ଚୁକ୍ତିନାମା  କଥା ଯଦି ହେବା ତେବେ ଆମର ଲକ୍ଷ୍ୟ ହେଉଛି ପୂର୍ବ ପରି ସମ୍ପୃକ୍ତ ପାଟ୍ରୋଲିଂ ପଏଣ୍ଟଗୁଡ଼ିକରେ ପାଟ୍ରୋଲିଂ ସୁନିଶ୍ଚିତ କରିବା।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.