ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସବୁଠୁ ଚର୍ଚ୍ଚାରେ ରହିଛି ଭାରତ -ଆମେରିକା ବାଣିଜ୍ୟ ଚୁକ୍ତି। ହ୍ଵାଇଟ୍ ହାଉସ୍ ସମ୍ପ୍ରତି ଚୁକ୍ତିର ତଥ୍ୟ ପତ୍ରରେ କିଛି ପରିବର୍ତ୍ତନ କରିଛି। ଏହି ଡିଲ୍‌ର ଫ୍ୟାକ୍ଟଶିଟ୍‌ରେ ନିକଟରେ ହ୍ୱାଇଟ ହାଉସ୍ ଦ୍ୱାରା କିଛି ପରିବର୍ତ୍ତନ କରାଯାଇ ଥିଲା। ଏବେ ଏହି ସବୁ ପରିବର୍ତ୍ତନ ଉପରେ ଉତ୍ତର ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଏହି ସଂଶୋଧନ ଗୁଡ଼ିକ ଦୁଇ ଦେଶ ମଧ୍ୟରେ ଆପୋଷ ସହମତି ପରେ ହୋଇଛି। ଦୁଇ ଦେଶର ପାରସ୍ପରିକ ବୁଝାମଣାକୁ ମଧ୍ୟ ପ୍ରତିଫଳିତ କରେ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସୱାଲ ଗଣମାଧ୍ୟମକୁ ଉକ୍ତ ମାମଲାରେ ସରକାରଙ୍କ ମତ ରଖି ଥିଲେ। ସେ କହିଥିଲେ – ଉଭୟ ଦେଶ ମଧ୍ୟରେ ପାରସ୍ପରିକ ଲାଭ ଓ ବ୍ୟାପାରିକ ଲାଭକୁ ଧ୍ୟାନରେ ରଖି ଏକ ଅନ୍ତରୀଣ ଚୁକ୍ତି ଉପରେ ସହମତି ହୋଇଥିଲା। ଏହାକୁ ଏକ ମିଳିତ ବିବୃତ୍ତି ଭାବେ ଉପସ୍ଥାପିତ କରାଯାଇ ଥିଲା। ଏହି ବିବୃତ୍ତି (ଫ୍ୟାକ୍ଟଶିଟ୍) ଉକ୍ତ ମାମଲାରେ ଆମର ବୁଝାମଣାର ଆଧାର ହୋଇଛି। ଆମେରିକା ପକ୍ଷରୁ ଏଥିରେ ଯାହା ବି ସଂଶୋଧନ କରାଯାଇଛି , ତାହା ସଂପୂର୍ଣ୍ଣ ରୂପେ ପାରସ୍ପରିକ ବୁଝାମଣାକୁ ପ୍ରଦର୍ଶତି କରେ।

ଆହୁରି ମଧ୍ୟ ପଢନ୍ତୁ :  ରାସ୍ତାରେ ଖୋଳା ଯାଇଥିବା ଖାଲରେ ପଡ଼ି ବାଇକ୍ ଚାଳକଙ୍କ ମୃତ୍ୟୁ , ରାତିସାରା କାଦୁଅରେ ଫସି ରହି ଥିଲେ

ଦୀର୍ଘ ଆଲୋଚନା ଓ ଅନେକ ସ୍ତରୀୟ ମିଟିଂ ପରେ ଶେଷରେ ଭାରତ ଓ ଆମେରିକା ମଧ୍ୟରେ ଏକ ବୁଝାମଣା ଉପରେ ମୋହର ଲାଗିଥିଲା। ହେଲେ ଏବେ ମଧ୍ୟ ଏହା ଉପରେ ଆଲୋଚନା ଜାରି ରହିଛି , କିନ୍ତୁ ଏକ ମିଳିତ ବିବୃତ୍ତି ଜାରି କରି ଦିଆ ଯାଇଥିଲା। ଏହା ପୁଣି ଥରେ ୧୦ ଫେବ୍ରୁଆରୀରେ ଚର୍ଚ୍ଚାକୁ ଆସି ଥିଲା, ଯେବେ ହ୍ୱାଇଟ୍ ହାଉସ୍ ଉକ୍ତ ବିବୃତ୍ତିର ଫ୍ୟାକ୍ଟଶିଟ୍‌ରେ ପରିବର୍ତ୍ତନ କରି ଦେଇଛି। ଏହି ପରିବର୍ତ୍ତନ ମୁତାବିକ, ଭାରତ ଦ୍ୱାରା ଯେଉଁ ଆମେରିକୀୟ ଉତ୍ପାଦରେ ଟାରିଫ୍ ହ୍ରାସ କରିବା କିମ୍ୱା ସମାପ୍ତ କରିବାର କଥା ପୂର୍ବରୁ କୁହାଯାଇ ଥିଲା ,ଏଥିରୁ କିଛି ଶସ୍ୟ(ପଲସେସ୍)କୁ କାଢି ଦିଆ ଯାଇଛି।

ଏହି ସଂଶୋଧନ ପୂର୍ବରୁ ହ୍ୱାଇଟ୍ ହାଉସର ଅଫିସିଆଲି ୱେବସାଇଟରେ ଉପଲବ୍ଧ ବିବୃତ୍ତି ମୁତାବିକ କୁହାଯାଇ ଥିଲା ଯେ, ଭାରତ ସମସ୍ତ ପ୍ରକାରର ଶିଳ୍ପ ସାମଗ୍ରୀ ଓ ଆମେରିକୀୟ ଖାଦ୍ୟ ଓ କୃଷି ଉତ୍ପାଦକ ଉପରୁ ଟାରିଫ ହଟାଇବା କିମ୍ୱା ହ୍ରାସ କରିବାକୁ ସହମତ ହୋଇଛି।

ଏହା ବ୍ୟତୀତ ଆମେରିକା ପକ୍ଷରୁ ପ୍ରଥମେ ୫୦୦ ବିଲିୟନ ଡଲାରର ଅସ୍ତ୍ରଶସ୍ କ୍ରୟକୁ ନେଇ ଭାରତ ପ୍ରତିବଦ୍ଧ ହେବା କଥା କୁହାଯାଇ ଥିଲା। ଏହାପରେ ସଂଶୋଧିତ କରି ‘ଇଚ୍ଛା କରେ ’ ଭଳି କଥା ଯୋଡ଼ା ଗଲା। ଅର୍ଥାତ୍ ଏହି କଥା ଭାରତ ପାଇଁ ବାଧ୍ୟକାରୀ ନହୋଇ ଏକ ପାରସ୍ପରିକ ସହମତି ଉପରେ ଆଧାରିତ ହେବ।