ନୂଆଦିଲ୍ଲୀ – ଗତବର୍ଷ ଖଲିସ୍ତାନୀ ସମର୍ଥକ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତ ସରକାର କାନାଡାର ଜଷ୍ଟିନ ଟ୍ରୁଡୋ ସରକାର ଉପରେ କଡ଼ା ହମଲା କରିଛନ୍ତି। ଭାରତୀୟ ବିଦେଶ ମନ୍ତ୍ରଣାଳୟ ସୋମବାର କହିଛି ଯେ, କାନାଡାର ନୀତି ଏହି ମାମଲାରେ ଘୋର ଆପତ୍ତିଜନକ ଏବଂ ଦୁଇ ଦେଶର ସଂପର୍କ ପାଇଁ ଠିକ୍‌ ନୁହେଁ । କାନାଡା ପକ୍ଷରୁ ରବିବାର କୁହାଯାଇ ଥିଲା ଯେ , ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତୀୟ ହାଇକମିଶନର ଓ ଅନ୍ୟ କୂଟନୀତିଜ୍ଞଙ୍କ ଉପରେ ମଧ୍ୟ ସନ୍ଦେହ ରହିଛି ଏବଂ ସେ ପର୍ସନ ଅଫ୍‌ ଇଣ୍ଟରେଷ୍ଟ ପ୍ରତୀତ ହୋଇଛନ୍ତି।। ଏବେ ଏହାକୁ ନେଇ ଭାରତ କହିଛି ଯେ, ଏହା ଆଉ କିଛି ନୁହେଁ ବରଂ ଜଷ୍ଟିନ ଟ୍ରୁଡୋ ସରକାରର ଭୋଟ୍‌ ବ୍ୟାଙ୍କର ରାଜନୀତି। ସେ ନିଜର ରାଜନୀତିକ ହିତ ସାଧନ ବ୍ୟତୀତ କିଛି କରିବାକୁ ଚାହାଁନ୍ତି ନାହିଁ। 

ବିଦେଶ ମନ୍ତ୍ରଣାଳୟ କହିଛି କି, କାନାଡାର ପିଏମ୍‌ ଜଷ୍ଟିନ ଟ୍ରୁଡୋ ସେପ୍ଟେମ୍ୱର ୨୦୨୩ରେ ଏହି ସମ୍ୱନ୍ଧରେ ଅଭିଯୋଗ ଲଗାଇ ଥିଲେ। ଏହାପରେ ଭାରତ ପକ୍ଷରୁ କାନାଡା ସରକାରକୁ କୁହାଯାଇ ଥିଲା ଯେ ,ଏହି ସମ୍ୱନ୍ଧରେ କିଛି ପ୍ରମାଣ ଦିଅ। ଅନେକ ଥର ଅନୁରୋଧ କରିବା ପରେ ମଧ୍ୟ କାନାଡା ସରକାର କୌଣସି ପ୍ରମାଣ ଦେଇ ନଥିଲା। ବିଦେଶ ମନ୍ତ୍ରଣାଳୟ ସୋମବାର ଏକ ବୟାନ ଜାରି କରି କହିଛି ଯେ ତାକୁ ରବିବାର କାନାଡାରୁ ଏକ କୂତନୀତିଜ୍ଞ ସନ୍ଦେଶ ପ୍ରାପ୍ତ ହୋଇଥିଲା, ଯେଉଁଥିରେ ଏହା କୁହାଯାଇଛି କି ଭାରତୀୟ ହାଇକମିଶନର ଓ ଅନ୍ୟ କୂଟନୀତିଜ୍ଞ କାନାଡରେ ଏକ ଯାଞ୍ଚ ସମ୍ୱନ୍ଧିତ ମାମଲାରେ ପର୍ସନ ଅଫ୍‌ ଇଣ୍ଟରେଷ୍ଟ ହୋଇଛନ୍ତି।

ପର୍ସନ ଅଫ୍‌ ଇଣ୍ଟରେଷ୍ଟ ଶବ୍ଦର ବ୍ୟବହାର ଆମେରିକା ଓ କାନାଡାରେ ଆଇନ ପ୍ରବର୍ତ୍ତନ ଦ୍ୱାରା କୌଣସି ଏମିତି ବ୍ୟକ୍ତିଙ୍କ ପାଇଁ କରାଯାଏ , ଯିଏ ସମ୍ଭବତଃ କୌଣସି ଯାଞ୍ଚ ସହ ଯୋଡ଼ି ହୋଇଥିବେ, ଯାହାଙ୍କୁ ଗିରଫ କରାଯାଇ ନଥିବ ବା କିଛି ଅପରାଧ ପାଇଁ ଔପଚାରିକ ଭାବେ ଅଭିଯୁକ୍ତ କରାଯାଇ ନଥିବ। ଏହାର ବ୍ୟବହାର ସାଧାରଣ ଭାବେ କୌଣସି ଏମିତି ବ୍ୟକ୍ତିଙ୍କୁ ସନ୍ଦର୍ଭିତ କରିବା ପାଇଁ କରାଯାଏ , ଯେଉଁଥିରେ ଆଇନ ପ୍ରବର୍ତ୍ତନ କର୍ମିଙ୍କ ରୁଚି ହୋଇଥାଏ , କାରଣ ତାଙ୍କ ପାଖରେ ଏମିତି ତଥ୍ୟ ଥାଇପାରେ ଯିଏ ଯାଞ୍ଚରେ ସହୟତା କରି ପାରିବେ। 

ହେଲେ ମନ୍ତ୍ରଣାଳୟ ଯାଞ୍ଚ ବିଷୟରେ କୌଣସି ବିଶେଷ ସୂଚନା ଦେଇ ନାହିଁ , କିନ୍ତୁ ମାମଲା ସଂପର୍କିତ ଲୋକଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛି କି ଏହି ମାମଲା ନିଜ୍ଜରଙ୍କ ହତ୍ୟା ସହ ଜଡ଼ିତ ।