ମୁମ୍ୱାଇ : ୯୦ ଦଶକର ସୁପର ହିଟ୍‌ ଫିଲ୍ମ ‘ଆଶିକୀ’ ରାହୁଲ ରାୟ-ଅନୁ ଅଗ୍ରୱାଲଙ୍କୁ ରାତାରାତି ଷ୍ଟାର କରି ଦେଇଥିଲା। କିନ୍ତୁ ଆପଣ ଜାଣନ୍ତି କି, ଏହି ଫିଲ୍ମର ବଜେଟ୍‌ ଖୁବ୍‌ କମ୍‌ ଥିଲା। କେବଳ ଏତିକି ନୁହେଁ ଏହାକୁ ବଡ଼ ପରଦାରେ ରିଲିଜ କରାଯିବାକୁ ନେଇ ପ୍ଲାନିଂ ବି ନଥିଲା। ଫିଲ୍ମରେ ଦୀପକ ତିଜୋରୀ ମଧ୍ୟ ପ୍ରମୁଖ ରୋଲ୍‌ରେ ଥିଲେ, ଏବେ ସେ ଫିଲ୍ମର ବ୍ୟାକ୍‌ ଷ୍ଟୋରୀ ରିଭିଲ୍‌ କରିଛନ୍ତି।

ଦୀପକ ତିଜୋରୀ କହିଛନ୍ତି ଯେ, ଫିଲ୍ମର ବଜେଟ୍‌ ପାଖାପାଖି ୪୦ ଲକ୍ଷ ଟଙ୍କା ଭିତରେ ସ୍ଥିର କରାଯାଇ ଥିଲା। ପ୍ରଯୋଜକ ଭାବୁ ଥିଲେ ଏହାକୁ ଟେଲିଭିଜନରେ ରିଲିଜ କରାଯିବା ଖୁବ୍‌ ଭଲ ହେବ। ଦୀପକ କହିଛନ୍ତି – ଯେବେ ଆଶିକୀ ନିର୍ମିତ ହେଉଥିଲା,ସେତେବେଳେ ଏହାକୁ ୪୦ ଲକ୍ଷ ଟଙ୍କାରେ ତିଆରି କରାଯାଉ ଥିଲା, ଆମେ ଭାବି ଥିଲୁ କି ଏହା ଟିଭିରେ ଆସିବ। ଏହା ଏମିତି ଥିଲା ଯେମିତି ଗୁଲସନ କୁମାର ଜୀ ଲାଲ ଦୁପଟ୍ଟା ମଲମଲ  (୧୯୯୮ର ଫିଲ୍ମ) ତିଆରି କରିଥିଲେ। ଏହା ଏମିତି ଭାବେ ତିଆରି କରାଯାଇ ଥିଲା, ଯେମିତି ଏକ ଛୋଟ ଫିଲ୍ମ ପରି। ଏଥିପାଇଁ ଆମେ ଆଶିକୀରେ ଏହିପରି କାମ କରୁଥିଲୁ କି ଏହା ଏକ ଛୋଟ ଫିଲ୍ମ। 

ଦୀପକ ଆହୁରି କହିଛନ୍ତି ଟି-ସିରିଜର ଫାଉଣ୍ଡର ଗୁଲସନ କୁମାର ଫିଲ୍ମର ମେକିଂରେ ବହୁତ ପ୍ରମୁଖ ଭୂମିକାରେ ଥିଲେ। ଗୁଲସନଙ୍କର ରଣନୀତି ପ୍ରଥମେ ଫିଲ୍ମର ଗୀତ ଗୁଡ଼ିକର ସଫଳତା ସ୍ଥିର କରିବା ଏବଂ ପୁଣି ଫିଲ୍ମକୁ ତିଆରି କରିବାର ଥିଲା। ଦୀପକ କହି ଥିଲେ- ଗୁଲସନ କୁମାର ଏମିତି ହିଁ କଲେ , ସେ ଲାଲ୍ ଦୁପଟ୍ଟା ମଲମଲକୁ ହିଟ୍‌ କରାଇ ଥିଲେ ଏବଂ ଏହାପରେ ଫିଲ୍ମ ତିଆରି କରି ଥିଲେ। ସେ ଆଶିକୀ ସହ ମଧ୍ୟ ଏମିତି କରି ଥିଲେ, ସେ ସୁନିଶ୍ଚିତ କରିଥିଲେ ଯେ ଗୀତ ହିଟ୍‌ ହେଉ ଏବଂ ପୁଣି ସେ ଭଟ୍ଟ ସାହେବଙ୍କୁ ଫିଲ୍ମ କରିବାକୁ କହି ଥିଲେ।

ଆଶିକୀ ର ଗୀତ ନଦୀମ-ଶ୍ରବଣ କରି ଥିଲେ , ଯାହାକି ବହୁତ ହିଟ୍‌ ହୋଇଥିଲା। ଏଥିରେ ଫିଲ୍ମ ମେକିଂର ରାସ୍ତା କ୍ଲିୟର ହୋଇ ଯାଇ ଥିଲା। ଦୀପକ କହିଥିଲେ , କେମିତି କୁମାର ମହେଶ ଭଟ୍ଟଙ୍କୁ ଗୀତକୁ ନେଇ ଫିଲ୍ମ କରିବା ଭାବନା ସହ ସଂପର୍କ କରିଥିଲେ। 

ଦୀପକ କହିଛନ୍ତି –ଗୀତ ଖୁବ୍‌ ମଧୁର ଥିଲା, ତାଙ୍କୁ ପସନ୍ଦ ଆସି ଗଲା , ଯେବେ ଲୋକେ ଗୀତକୁ ପସନ୍ଦ କଲେ ତ ଫିଲ୍ମ ତିଆରି କରାଗଲା। ଏଥିପାଇଁ ସେ ଭଟ୍ଟ ସାହେବଙ୍କୁ ଡକାଇଲେ ଏବଂ ତାଙ୍କୁ ଗୀତ ଶୁଣାଇଲେ ଏବଂ କହିଲେ – ଏହା ଉପରେ ଫିଲ୍ମ କରନ୍ତୁ । ଭଟ୍ଟ ସାହେବ ସେୟା ହିଁ କଲେ ଏବଂ ଫିଲ୍ମ ସେମିତି ହିଁ ହେଲା , ଯେମିତି ତାହା ଥିଲା , ଏବଂ ଏଥିରେ ଆହୁରି ଗୀତ ଯୋଡ଼ା ଗଲା ଏବଂ ଆଉ ସବୁ ଏବେ ଇତିହାସ ।