ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ସମାଜସେବୀ ମେଧା ପାଟେକର ଗିରଫ, ନର୍ମଦା ବଞ୍ଚାଅ ଆନ୍ଦୋଳନରେ ଥିଲା ଭୂମିକା

Published By : Ankita S | April 25, 2025 1:14 PM

ନୂଆଦିଲ୍ଲୀ,୨୫/୦୪: ସମାଜସେବୀ ମେଧା ପାଟେକର ଗିରଫ ହୋଇଛନ୍ତି । ନର୍ମଦା ବଞ୍ଚାଅ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସାମାଜିକ କର୍ମୀ ମେଧା ପାଟେକରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ୨୪ ବର୍ଷ ପୁରୁଣା ମାନହାନୀ ମକଦ୍ଦମା ଆଧାରରେ ମେଧା ଗିରଫ ହୋଇଛନ୍ତି । ଏଲଜି ବିନୟ ସକ୍ସେନା ମେଧା ପାଟକରଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ । ମେଧାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟି ଜାରି କରିଥିଲେ କୋର୍ଟ ।  ଆଜି ସାକେତ କୋର୍ଟରେ ହାଜର ହୋଇଥିଲେ ମେଧା ।

ଫୌଜଦାରୀ ମାନହାନୀ ମାମଲାରେ ମେଧା ଦୋଷୀ ସାବ୍ୟସ୍ତ ହୋଇଥିଲେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ କରିଛି । ୨୦୦୧ରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବିନୟ ସକ୍ସେନାଙ୍କ ଦ୍ୱାରା କରାଯାଇଥିବା ମାନହାନୀ ମାମଲାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମେଧାଙ୍କ ବିରୋଧରେ ଏନବିଡବ୍ଲୁୟ ଅର୍ଥାତ ଜାମିନ ବିହୀନ ୱାରେଣ୍ଟି ଜାରି କରିଥିଲେ । ଆସନ୍ତା ମେ ୩ରେ ଏନବିଡବ୍ଲୁ ଏବଂ ଆଗାମୀ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ପ୍ରକାଶ କରାଯିବ ।

ଗତବର୍ଷ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ଦଣ୍ଡାଦେଶ ବିରୋଧରେ ଆବେଦନ କରିଥିଲେ । ଆବେଦନରେ ତାଙ୍କୁ ଜାମିନ ଦିଆଯାଇଥିଲା । ତାଙ୍କର ୫ମାସ ଜେଲଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜରିମାନା ସ୍ଥଗିତ ରଖାଯାଇଥିଲା । ଭାରତୀୟ ଦଣ୍ଡ ସଂହିତା ଧାରା ୫୦୦ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଥିଲା । ୨୦୦୧ରେ ବିନୟ ସକ୍ସେନା ଓ ମେଧା ପାଟେକରଙ୍କ ମଧ୍ୟରେ ଆଇନଗତ ଲଢେଇ ଆରମ୍ଭ ହୋଇଥିଲା । ସେବେ ମେଧା ତାଙ୍କ ସହ ନର୍ମଦା ବଞ୍ଚାଅ ଆନ୍ଦୋଳନ ଏବିଏ ବିରୋଧରେ ବିଜ୍ଞାପନ ପ୍ରକାଶିତ କରିବା ନେଇ ବିନୟ ସକ୍ସେନାଙ୍କ ବିରୋଧରେ ମକଦ୍ଦମା କରିଥିଲେ । 

ଭିକେ ସକ୍ସେନା ବନାମ ମେଧା ପାଟେକର ମାନହାନି ମାମଲାରେ ଦିଲ୍ଲୀର ସାକେତ କୋର୍ଟରେ ସାମାଜିକ କର୍ମୀ ମେଧା ପାଟକର ହାଜର ହୋଇଥିଲେ ।  ବଣ୍ଡ ଦାଖଲ ଏବଂ କ୍ଷତିପୂରଣ ରାଶି ଜମା କରିବା ସର୍ତ୍ତରେ ମେଧାଙ୍କୁ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.