କୁଜଙ୍ଗ, ୭/୭: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସକଙ୍କୁ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଚିକିତ୍ସକ ଶିବ ପ୍ରସାଦ ସେଠୀଙ୍କୁ ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ ଟିମ୍ । ସେ ଜଣଙ୍କ ଠାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।
ସୂଚନା ମୁତାବକ, ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କୁଜଙ୍ଗ ଡାକ୍ତରଖାନାର ବରିଷ୍ଟ ଚିକିତ୍ସକ ଡାକ୍ତର ଶିବ ପ୍ରସାଦ ସେଠୀଙ୍କୁ ମାଡ଼ି ବସିଛି ଭିଜିଲାନ୍ସ। ଅଭିଯୋଗକାରୀଙ୍କ ପତ୍ନୀଙ୍କ କିଛି ଦିନ ତଳେ ଦେହାନ୍ତ ହୋଇଥିଲା। ତେବେ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ସେ ଦାବି କରିଥିଲେ ୧୦ ହଜାର ଟଙ୍କା। ଦାବି ମୁତାବକ ଆଜି ସେ ତାଙ୍କର କଟକ ମହାନଦୀ ବିହାର ସ୍ଥିତ ଉର୍ବଶ୍ରୀ ହସ୍ପିଟାଲରେ ଅଭିଯୋଗକାରୀ ଶ୍ରୀତମ ବେହେରାଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା।