ନୂଆଦିଲ୍ଲୀ : ସାଉଥ୍ ଦିଲ୍ଲୀର ମାଲଭୀୟ ନଗର ସ୍ଥିତ ଏକ ଭଡ଼ା ଫ୍ଲାଟରେ ଏସି ଲଗାଇବା ବେଳର ଘଟଣା, ଅରୁଣାଚଳ ପ୍ରଦେଶର ଜଣେ କମ୍ପିଟେଟିଭ୍ ଛାତ୍ରୀ ଓ ତାଙ୍କର ଦୁଇ ସାଙ୍ଗଙ୍କ ଦ୍ୱାର କରାଯାଇଥିବା ଜାତିଗତ ଆକ୍ଷେପର ଅଭିଯୋଗ ମାମଲା ଏବେ ଶାନ୍ତ ମଧ୍ୟ ପଡ଼ି ନାହିଁ, ଏପଟେ ୟୁପିର ଗୋରଖପୁର ସହରରେ ଉତ୍ତର-ପୂର୍ବ ଭାରତର ଜଣେ ମେଡିକାଲ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଘଟଣା ସାମ୍ନାକୁ ଆସିଛି। ଛାତ୍ରୀ ଅଭିଯୋଗ କରିଛନ୍ତି ଯେ,ସହରର ଓରିୟନ ମଲ୍‌ରୁ ବାହାରୁ ଆସିବା ବେଳେ ତାଙ୍କ ସହ ‘ ବ୍ୟାଡ୍ ଟଚ୍ ’ ଓ ଦୁର୍ବ୍ୟବହାରର ଏହି ଘଟଣା ଘଟିଛି। ଉକ୍ତ ଘଟଣାଟି ୨୨ ଫେବ୍ରୁଆରୀ ରାତି ସମୟ ପ୍ରାୟ ୮ଟା ଥିବା କୁହାଯାଉଛି। ଜାତିଗତ ଟିପ୍ପଣୀ କରାଯାଇ ଥିବା ଛାତ୍ରୀ ଜଣଙ୍କ ଅଭିଯୋଗ ଲଗେଇଛନ୍ତି। ପୁଲିସ ଛାତ୍ରୀଙ୍କ ଏଫଆଇଆର ଆଧାରରେ କେସ୍ ରୁଜୁ କରି ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି। ଏସଏସପି କହିଛନ୍ତି ଯେ, ସିସିଟିଭି ଫୁଟେଜ୍‌ରୁ ବାଇକ୍ ଚାଳକ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସାରିଛି। ସେମାନଙ୍କର ଗିରଫ ପାଇଁ ପୁଲିସର ୪ଟି ଟିମ୍ ନିୟୋଜିତ ହୋଇଛନ୍ତି।

ଲାଇଭ୍ ହିନ୍ଦୁସ୍ତାନ ଡଟ୍ କମ୍ରେ ପ୍ରକାଶିତ ରିପୋର୍ଟ ଆଧାରରେ , ଏମ୍ସ ଗୋରଖପୁରରୁ ପୋଷ୍ଟ ଗ୍ରାଜୁଏସନ କରୁଥିବା ଜଣେ ଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଘଟଣା ସେହି ସମୟରେ ହୋଇଛି,ଯେବେ ସେ ମଲ୍ରୁ ବାହାରକୁ ଆସୁଥିଲେ। ଛାତ୍ରୀଙ୍କ କହିବାନୁସାରେ , ତିନି ଜଣ ଯୁବକ ତାଙ୍କୁ ପିଛା କରି ଜାତିଗତ ଟିପ୍ପଣୀ କରିବା ସହ ଗାଳି ଗୁଲଜ କରିଥିଲେ।ଡାକ୍ତରୀ ଛାତ୍ରୀ ଜଣଙ୍କ ଉତ୍ତର-ପୂର୍ବ ଭାରତର ବାସିନ୍ଦା। ମଲ୍ରୁ ନେଇ ଏମ୍ସ ଗୋରଖପୁରର ଗେଟ୍ ନମ୍ୱର-୨ ଯାଏ, ପାଖାପାଖି ଦେଢ କିଲୋମିଟର ପର୍ଯ୍ୟନ୍ତ ଏହି ତିନି ଜଣ ତାଙ୍କ ପଛରେ ଚାଲି ଥିଲେ। ଅଭିଯୋଗ ଯେ, ଗେଟ୍ ନଂ -୨ ନିକଟରେ ସେନା ଶିବିର ନିକଟରେ ଜଣେ ଯୁବକ ସାର୍ଟ ଓହ୍ଲାଇ ଅଶୋଭନୀୟ ହରକତ କରି ଥିଲେ ଏବଂ ଡାକ୍ତରୀ ଛାତ୍ରଙ୍କ ସହ ବ୍ୟାଡ୍ ଟଚ୍ କରିଥିଲେ। ଏହି ମାମଲାକୁ ନେଇ ନର୍ଥ ଇଷ୍ଟ ଫେଡରେସନ ଅଫ୍ ଅଲ୍ ଇଣ୍ଡିଆ ରେସିଡେଣ୍ଟ ଡାକ୍ତର୍ସ( NAFORD) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟ୍ୟାଗ୍ କରିଥିଲେ। ପୋଷ୍ଟରେ ଏହାକୁ ଗୁରୁତର ଜାତିଆଣ ଉତ୍ପୀଡ଼ନ ଓ ଯୌନ ଉତ୍ପୀଡ଼ନର ମାମଲା କୁହାଯାଇଛି।

NAFORD ସଙ୍ଗଠନ ମୁଖ୍ୟତଃ ରେସିଡେଣ୍ଟ ଡାକ୍ତରଙ୍କ ସମସ୍ୟା ଓ ତାଙ୍କର ଅଧିକାରୀ ପାଇଁ ଲଢିଥାଏ। ଏହା ରେସିଡେଣ୍ଟ ଡାକ୍ତରଙ୍କ ଅଧିକାର ଓ ସୁରକ୍ଷା ଓ ଉତ୍ତମ କାର୍ଯ୍ୟ ସ୍ଥିତି ପାଇଁ ଏକ ଗୁରୁତ୍ତ୍ୱପୂର୍ଣଣ ମଞ୍ଚ ଭାବେ କାମ କରିଥାଏ। ଏହି ମାମଲାରେ NAFORD କହିଛି ଯେ, ରେସିଡେଣ୍ଟ ଡାକ୍ତରଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବା ଉଚିତ୍, ଯାହାକି ସେ ସୁରକ୍ଷିତ ବାତାବରଣରେ ନିଜର ସେବା ଦେଇ ପାରିବେ । ସଙ୍ଗଠନ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନର ଦାବି କରିଛି।

ଦିଲ୍ଲୀରେ ଦୁର୍ବ୍ୟବହାର ଘଟଣା କଣ ଥିଲା – ମିଡ଼ିଆ ରିପୋର୍ଟ ଅନୁସାରେ , ଦିଲ୍ଲୀର ମାଲଭୀୟ ନଗର ଥାନା ଅଞ୍ଚଳରେ ଅରୁଣାଚଳ ପ୍ରଦେଶର ତିନି ଜଣ ଯୁବତୀ ଏକ ଫ୍ଲାଟର ୪ର୍ଥ ଫ୍ଲୋରରେ ଭଡ଼ାରେ ରହୁଥିଲେ। ୨୦ ଫେବ୍ରୁଆରୀର ଦ୍ୱିପ୍ରହର ସମୟରେ ସେମାନେ ତାଙ୍କ ଫ୍ଲାଟରେ ଏସି ଲଗାଉ ଥିଲେ। ଏହି ସମୟରେ ଡ୍ରିଲିଂ ମେସିନର ବ୍ୟବହାର କରାଯାଇ ଥିଲା। ଡ୍ରିଲିଂ ବେଳେ ଭୁଲ୍ରେ କିଛି ଭଗ୍ନାବଶେଷ ଓ ଧୂଳି ନିମ୍ନ ଫ୍ଲୋରରେ ଖସି ପଡ଼ି ଥିଲା।ଏଥିରୁ ଅସନ୍ତୁଷ୍ଟ ହୋଇ ତଳ ଫ୍ଲାଟରେ ରହୁଥିବା ଦମ୍ପତି ଉପରକୁ ଯାଇଥିଲେ ଏବଂ ଅଭିଯୋଗ କରିଥିଲେ। ଅଭିଯୋଗ ଯେ,ଏହି ସମୟରେ ପତି-ପତ୍ନୀ ଯୁବତୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କ ଉତ୍ତର-ପୂର୍ବ ଅଞ୍ଚଳକୁ ନେଇ ଜାତିଆଣ ଓ ଅପମାନଜନକ ଟିପ୍ପଣୀ କରିଥିଲେ।