ପ୍ରମୂଖ ଖବର
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତି ଆମେରିକୀୟଙ୍କ ଉପରେ ପଡିବ ଭାରି, ଚିକିତ୍ସା ହେବ ମହଙ୍ଗା : ଭାରତରୁ ଦେଉଥିଲା ୪୭% ଜେନେରିକ୍ ମେଡିସିନ୍‌

Published By : Harapriya Biswal | July 31, 2025 8:28 PM

ନୂଆଦିଲ୍ଳୀ,୩୧।୭:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ବମ୍ ବହୁ ଦେଶର ନିଦ ଉଡାଇଛି। ହେଲେ ତାଙ୍କର ଏହି ନିଷ୍ପତ୍ତି ଏବେ ଆମେରିକୀୟ ରୋଗୀଙ୍କ ପକେଟକୁ ସିଧାସଳଖ ପ୍ରଭାବିତ କରିବ। ଟ୍ରମ୍ପ ଅଗଷ୍ଟ ୧ ତାରିଖରୁ ଭାରତରୁ ଆସୁଥିବା ସମସ୍ତ ଔଷଧ ଏବଂ ଉତ୍ପାଦ ଉପରେ ୨୫% ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ଏହା ଆମେରିକାରେ ଚିକିତ୍ସା ଜଗତକୁ ମହଙ୍ଗା କରିପାରେ, କାରଣ ଭାରତ ସେଠାର ଜେନେରିକ ଔଷଧର ପ୍ରାୟ ୪୭% ପୂରଣ କରେ। 

ଫାର୍ମେକ୍ସସିଲ୍ (ଭାରତୀୟ ଔଷଧ ରପ୍ତାନି ପ୍ରୋତ୍ସାହନ ପରିଷଦ)ର ଅଧ୍ୟକ୍ଷ ନମିତ ଜୋଶୀ କହିଛନ୍ତି, ଆମେରିକା ଶସ୍ତା ଏବଂ ପ୍ରଭାବଶାଳୀ ଔଷଧ ପାଇଁ ଭାରତ ଉପରେ ଅତ୍ୟନ୍ତ ନିର୍ଭରଶୀଳ। କର୍କଟ, ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ସଂକ୍ରମଣ ଭଳି ଗମ୍ଭୀର ରୋଗର ଔଷଧ ଶସ୍ତା ଦାମ୍‌ରେ ଭାରତରୁ ମିଳିଥାଏ। ଯଦି ଶୁଳ୍କ ଲାଗୁ ହୁଏ, ତେବେ ଆମେରିକାରେ ଏହି ଔଷଧର ମୂଲ୍ୟ ବୃଦ୍ଧି ପାଇବ ଏବଂ ଯୋଗାଣ ମଧ୍ୟ ହ୍ରାସ ପାଇପାରେ। ଟ୍ରମ୍ପଙ୍କ  ନିଷ୍ପତ୍ତି ଆମେରିକୀୟ ସ୍ୱାସ୍ଥ୍ୟ ସେବା ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ। କାରଣ ଆମେରିକା ସହଜରେ ଭାରତ ପରି ସମାନ ଗୁଣବତ୍ତା ଏବଂ ମୂଲ୍ୟରେ ଔଷଧ ଯୋଗାଇବା ପାଇଁ ଅନ୍ୟ କୌଣସି ବିକଳ୍ପ ପାଇବ ନାହିଁ।

ଯଦି ଆମେରିକା ଔଷଧର ଉତ୍ପାଦନ ଅନ୍ୟ କେଉଁଠାରୁ କରେ ତେବେ ଏଥିପାଇଁ ୩ ରୁ ୫ ବର୍ଷ ସମୟ ଲାଗିପାରେ, ଏବଂ ସେତେବେଳକୁ ଚିକିତ୍ସା ମହଙ୍ଗା ହୋଇଯିବ। ଫାର୍ମେକ୍ସିଲ୍ କହିଛି, ସେମାନେ ଔଷଧ ରପ୍ତାନିକାରୀ ଏବଂ ରୋଗୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଆମେରିକୀୟ ନିର୍ମାତାଙ୍କ ସହ ଆଲୋଚନା କରୁଛନ୍ତି। ଭାରତରୁ ଆମଦାନି ହେଉଥିବା ଉତ୍ପାଦ ଉପରେ ୨୫% ଶୁଳ୍କ ଲାଗୁ ହେବା ପରେ, ଆମେରିକାରେ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଙ୍ଗା ହୋଇଯିବ। ରଏଟର୍ସ ରିପୋର୍ଟ ଅନୁଯାୟୀ, ଭାରତରୁ ଆମେରିକାକୁ ଯାଉଥିବା ପ୍ରମୁଖ ସାମଗ୍ରୀ ମଧ୍ୟରେ ସ୍ମାର୍ଟଫୋନ୍, ଅଟୋ ପାର୍ଟସ୍, ରେଡିମେଡ୍ ପୋଷାକ, ପଲିସ୍ ହୀରା ଏବଂ ଔଷଧ ରହିଛି। ଏବେ, ଏଗୁଡ଼ିକ ଉପରେ ଶୁଳ୍କ ଲାଗୁ ହେବା ଯୋଗୁଁ, ଆମେରିକୀୟ ଗ୍ରାହକ ଏବଂ କମ୍ପାନୀଗୁଡ଼ିକୁ ଏହି ସାମଗ୍ରୀ ପାଇଁ ପୂର୍ବ ଅପେକ୍ଷା ଅଧିକ ଦେୟ ଦେବାକୁ ପଡିବ।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.