ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ମନ୍ଥର ଗତିରେ ଚାଲିଛି ମେଗା ପାନୀୟଜଳ ପ୍ରକଳ୍ପ : ଆକ୍ସନ ମୁଡ୍‌ରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଧାର୍ଯ୍ୟ ନୂଆ ତାରିଖ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

Published By : Rasmita Pradhan | August 20, 2025 2:39 PM

ପୁରୀ, ୨୦/୦୮ : ପୁରୀ ଜିଲ୍ଲାରେ ମନ୍ଥର ଗତିରେ ଚାଲିଛି ମେଗା ପାନୀୟଜଳ ପ୍ରକଳ୍ପ ସାଙ୍ଗକୁ ଜଳ ଜୀବନ ମିଶନ। ବିଭିନ୍ନ ଗ୍ରାମକୁ ପହଞ୍ଚୁନି ପାନୀୟଜଳ। ଆକ୍ସନ ମୁଡ୍‌ରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ। ପ୍ରଥମେ କାରଣ ଦର୍ଶାଅ ନୋଟିସ୍‌ ପରେ ୧୪ ଜେଇ, ଏଇ ଓ ଏଇଇଙ୍କ ଦରମା ବନ୍ଦ ହୋଇଛି । ସେପଟେ ପାନୀୟଜଳ ପ୍ରକଳ୍ପ ନିର୍ମାଣ ଶେଷ କରିବା ନିମନ୍ତେ ନୂଆ ସମୟ ଧାର୍ଯ୍ୟ କରିଛନ୍ତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ । ଅନ୍ୟପକ୍ଷରେ ଦୂଷିତ ପାଣି ପିଇ ଡାଇରିଆରେ କଣାସ ଅଞ୍ଚଳରେ ଏକାଧିକ ଲୋକଙ୍କ ମୃତ୍ୟୁ ଘଟଣାକୁ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆସନ୍ତା ୨୫ରେ ରାଜ୍ୟ ମାନବାଧିକାର କମିଶନଙ୍କ କୋର୍ଟରେ ଧାର୍ଯ୍ୟ ହୋଇଛି । କଣାସ ଅଞ୍ଚଳରେ ପାନୀୟଜଳ ପ୍ରଦାନ ସୁନିଶ୍ଚିତ ହେଲା କି ନାହିଁ ଏବଂ କେଉଁ କାରଣ ପାଇଁ ପ୍ରକୃତରେ ଲୋକଙ୍କ ମୃତ୍ୟୁ ହୋଇଛି ସେନେଇ ଶୁଣାଣି ହେବ । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନେଇ ବିଚାର ହେବ । 

ରମାରଞ୍ଜନ ବଳିଆରସିଂହଙ୍କ ଅଭିଯୋଗ ଉପରେ ରାଜ୍ୟ ମାନବିକ ଅଧିକାର କମିଶନରେ ଏହି ଶୁଣାଣି ହେଉଛି । ଗତ ତାରିଖରେ କମିଶନ ପାନୀୟଜଳ ପ୍ରକଳ୍ପକୁ ପୂର୍ଣ୍ଣକାଳୀନ ଭାବେ ଚାଲୁ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । କଣାସ ଅଞ୍ଚଳରେ ପାନୀୟଜଳ ଯୋଗାଇ ଦେବାକୁ ଏପର୍ଯ୍ୟନ୍ତ ଉପଯୁକ୍ତ ପଦକ୍ଷେପ ନିଆଯାଇନଥିବା ଏବଂ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାରେ ଆର୍‌ଡବ୍ଲୁଏସ୍‌ଏସ୍‌ ଫେଲ ମାରିଥିବାରୁ ପୁଣି ସମାଲୋଚିତ ହୋଇପାରେ । 

ସରକରୀ ତଥ୍ୟ ମୁତାବକ, ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକ୍‌ର ୬୯ ଓ କୃଷ୍ଣପ୍ରସାଦ ବ୍ଲକର ୩୦ଟି ଗ୍ରାମ ନିମନ୍ତେ ପ୍ରାଥମିକତା ଭିତ୍ତିରେ ପାନୀୟଜଳ ପ୍ରକଳ୍ପ ସାରିବାକୁ ଠିକାସଂସ୍ଥା ଭୋଲଟାସ୍‌କୁ କୁହାଯାଇଥିଲା । ତେବେ ମୋଟ ୯୯ଟି ଗ୍ରାମ ମଧ୍ୟରୁ ୪୬ ଗ୍ରାମକୁ ପାନୀୟଜଳ କାର୍ଯ୍ୟକାରୀ ନେଇ ଟ୍ରାଏଲ ରନ୍‌ ହୋଇଛି । ଯେତେବେଳେ କି ମାତ୍ର ୭ଟି ଗାଁର ସମସ୍ତ ଘରକୁ ପାଣି ପହଞ୍ଚିଥିବା ହରଘର ଜଳ ସାର୍ଟିଫିକେଟ ଦିଆଯାଇଛି । ୩୯ ଗାଁକୁ ପାଇପ୍‌ ପଡ଼ିଥିଲେ ହେଁ ସମସ୍ତ ପରିବାରଙ୍କୁ ପାନୀୟଜଳ ସଂଯୋଗ ଦିଆଯାଇନଥିବା ସର୍ଭେରୁ ଜଣାପଡ଼ିଥିଲା । ପୁରୀ ଜିଲ୍ଲାର ସତ୍ୟବାଦୀ ମେଗା ପାନୀୟଜଳ ପ୍ରକଳ୍ପ ପ୍ରାଥମିକତା ଭିତରେ ଠିକାସଂସ୍ଥାକୁ ୪୬ ଗ୍ରାମକୁ ପାନୀୟଜଳ ସଂଯୋଗ ଦେବାକୁ ନିର୍ଦ୍ଦେଶ ହୋଇଥିଲା । ତେବେ ୪୧ଟି ଗାଁକୁ ପାନୀୟଜଳ ପ୍ରଦାନ ଟ୍ରାଏଲ ରନ୍‌ ହୋଇଛି । ୧୪ଟି ଗାଁର ସମସ୍ତ ପରିବାରଙ୍କୁ ପାନୀୟଜଳ ମିଳିଥିବା ଏଚ୍‌ଜିଏଚ୍‌(ହର ଘର ଜଲ) ସାର୍ଟିଫିକେଟ ଦେଇଛି । ଯେତେବେଳେ କି ୨୭ ଗାଁକୁ ପାଇପ୍‌ ପଡ଼ିଥିଲେ ହେଁ ସମସ୍ତ ପରିବାରକୁ ପାଣି ମିଳିନଥିବା ସର୍ଭେରୁ ଜଣାପଡ଼ିଛି । ଏହି ବ୍ଲକର ସମସ୍ତଙ୍କୁ ଚଳିତ ମାସ ଶେଷ ସୁଦ୍ଧା ପାନୀୟଜଳ ସଂଯୋଗ ଦେବାକୁ ବିଭାଗୀୟ ସମୀକ୍ଷା ପରେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 

ସେହିପରି କୃଷ୍ଣପ୍ରସାଦର ୯୦ ଓ ଗଞ୍ଜାମର ୪୫ ଗାଁକୁ ମେଗା ପାନୀୟଜଳ ପ୍ରକଳ୍ପ ପ୍ରାଥମିକତା ଦେଇ କାର୍ଯ୍ୟକାରୀ କରିବା ପାଇଁ ଠିକାସଂସ୍ଥା ଜିଭିପିଆରକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ୫୧ଟି ଗାଁର ସମସ୍ତଙ୍କୁ ପାନୀୟଜଳ ପହଞ୍ଚିଥିବା ସାଟିର୍ଫିକେଟ ଦିଆଯାଇଛି । ଯେତେବେଳେ କି ୩୩ଟି ଗାଁକୁ ପାଇପ୍‌ ପଡ଼ିଥିଲେ ହେଁ ସମସ୍ତ ପରିବାରକୁ ପାଣି ପହଞ୍ଚି ନଥିବା ଏଚ୍‌ଜିଏଚ୍‌ ସର୍ଭେ କରିଛି । ପୁରୀ ଜିଲ୍ଲା କଣାସ ବ୍ଲକ୍‌ର ୧୨୬ ଗାଁ, ବ୍ରହ୍ମଗିରିର ୧୮ ଗାଁ ଓ ସତ୍ୟବାଦୀର ୧୪ ଗାଁ ନିମନ୍ତେ ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଜିଭିପିଆରକୁ ନିର୍ଦ୍ଦେଶ ହୋଇଥିଲେ ହେଁ କୌଣସି ଗୋଟିଏ ଗାଁର ସମସ୍ତ ପରିବାରକୁ ପାନୀୟଜଳ ପହଞ୍ଚିଥିବା ସାର୍ଟିଫିକେଟ ମିଳିନି । ୨୦ଟି ଗାଁକୁ ସମ୍ପୂର୍ଣ୍ଣ ପାଇପ୍‌ ବିଛା ସରିଛି, ଟ୍ରାଏଲ ରନ୍‌ ମଧ୍ୟ ସରିଛି ହେଲେ ସମସ୍ତ ପରିବାରକୁ ପାନୀୟଜଳ ସଂଯୋଗ ଦିଆଯାଇନି । ଏନେଇ ପୁରୀ ଆରଡବ୍ଲୁଏସ୍‌ଏସ୍‌ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କହିଛନ୍ତି, ୮ ମେଗା ପ୍ରକଳ୍ପ ମଧ୍ୟରୁ ୪ଟି ପ୍ରକଳ୍ପକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି । ବାକି ୪ଟି ପ୍ରକଳ୍ପକୁ ଆସନ୍ତା ବର୍ଷ ଶେଷ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରହିଛି । ସେହିପରି ସିଙ୍ଗଲ ଭିଲେଜ୍‌ ନିମନ୍ତେ ପାନୀୟଜଳ ପ୍ରକଳ୍ପ କାମ ଶୀଘ୍ର ସରିବାକୁ କାମ ଚାଲିଛି । କାମରେ ଢିଲା ଦେଉଥିବାରୁ ଜେଇ, ଏଇ, ଏଇଇମାନଙ୍କ ଦରମା ବନ୍ଦ ନିର୍ଦ୍ଦେଶ ହୋଇଛି । ଏଥିସହ କାମ ବିଳମ୍ବ କରୁଥିବା ଠିକାସଂସ୍ଥାମାନଙ୍କ ଉପରେ ଜରିମାନା କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.