ପ୍ରମୂଖ ଖବର
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବଡ଼ଦେଉଳରେ ଦୋଳ ଉତ୍ସବ: ଆଜି ମେଣ୍ଢାପୋଡ଼ି, ଦୋଳବେଦିରେ ବିଜେ ହେବେ ଠାକୁରେ

Published By : Prameya | March 13, 2025 8:27 AM

ପୁରୀ,୧୩/୦୩:  ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଦୋଳତ୍ସୋବ । ସେହି କ୍ରମରେ ଗୁରୁବାର ଦୋଳବେଦିରେ ଅନୁଷ୍ଠିତ  ହେବ ମେଣ୍ଢାପୋଡ଼ି ନୀତି । ବଡ଼ଦେଉଳରୁ ଦୋଳବେଦିକୁ ଶ୍ରୀଦୋଳଗୋବିନ୍ଦ, ଭୂଦେବୀ ଓ  ଶ୍ରୀଦେବୀ ବିଜେ କରିବେ । ଦୋଳବେଦିସ୍ଥିତ  ଅଗ୍ନି ଉତ୍ସବ ଗୃହ ନିକଟରେ ବିରାଜମାନ କରିବେ ଚଳନ୍ତି ପ୍ରତିମା । ଅଗ୍ନି ସଂଯୋଗ ପରେ ଅଗ୍ନି ଗୃହକୁ ପ୍ରଦକ୍ଷଣ କରିବେ ଠାକୁର  ଠାକୁରାଣୀ । ସହସ୍ରାଧିକ ଭକ୍ତଙ୍କ ଗହଣରେ  ସମ୍ପନ୍ନ ହେବ ଦୋଳ ଉତ୍ସବ ନୀତି । ଶ୍ରୀମନ୍ଦିରର  ମେଣ୍ଢାପୋଡ଼ି ନୀତିକୁ ହିନ୍ଦି ଭାଷୀ ଶ୍ରଦ୍ଧାଳୁମାନେ  କୁହନ୍ତି ହୋଲିକା ଦହନ ଉତ୍ସବ । 

ଶ୍ରୀମନ୍ଦିରରେ ଠାକୁରଙ୍କ ଚାଚେରୀ ବେଶ  ଅନୁଷ୍ଠିତ ହେବ । ଚାଚେରୀ ଭୋଗ ଓ ଦକ୍ଷିଣୀଘର  ଭୋଗ ସରିବ । ଘଣ୍ଟ, ଛତା, ଫଗୁ ସର୍ବାଙ୍ଗ ନୀତିହୋଇ ବନ୍ଦାପନା ଓ ରାଜନୀତି ହେବ ।  ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଦିଁଅ ବିଜେ କରିବେ ।  ସେଠାରେ ବିଧି ସମ୍ପନ୍ନ ହୋଇ ଠାକୁରମାନେ ଦୋଳବେଦି ଅଭିମୂଖେ ଯାତ୍ରା କରିବେ । ସେଥିପାଇଁ  ଦୋଳବେଦି ପରିସରରେ ପ୍ରସ୍ତୁତି ସରିଛି । ସନ୍ଧ୍ୟା  ଧୂପ ସରିବା ପରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଠାକୁର  ଠାକୁରାଣୀ । ଏହି ଅବସରରେ ହିନ୍ଦି ଭାଷୀ ଭକ୍ତଙ୍କ  ଅଧିକ ସମାଗମ ହେବ । ଦୋଳବେଦି ପରିସରରେ  ମାରୱାଡ଼ି ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ହୋଲିକା  ରାକ୍ଷସୀର ପ୍ରତିମୂର୍ତ୍ତି ତିଆରନ୍ତି । ଘସି(ଶୁଖିଲା  ଗୋବର)କୁ ସୁତାରେ ଗୁଡ଼ାଇ ଛୋଟ ଛୋଟ  କାଠରେ ସଜାଇ ହୋଲିକା ରାକ୍ଷସୀର ପ୍ରତିମୂର୍ତ୍ତି  ଗଢିବା ପରେ ସେଥିରେ ଅଗ୍ନି ସଂଯୋଗ କରାଯାଏ ।

 କୁହାଯାଏ ରାକ୍ଷସ ହୀରଣ୍ୟକସିପୁର  ଭଉଣୀ ହେଉଛି ହୋଲିକା ରାକ୍ଷସୀ ।  ବହୁ ପ୍ରକାରେ ଚେଷ୍ଟା କରି ପ୍ରହଲ୍ଲାଦଙ୍କୁ  ମାରିପାରିଲେନି ହୀରଣ୍ୟକସିପୁ । ଶ୍ରୀକୃଷ୍ଣଙ୍କ  ଭକ୍ତ ତଥା ହୀରଣ୍ୟକସିପୁର ପୁତ୍ର ପ୍ରହଲ୍ଲାଦକୁ  ହତ୍ୟା କରିବାକୁ ହୋଲିକା ଷଡ଼ଯନ୍ତ୍ର ରଚିଥିଲା ।  ହୋଲିକା ବରପ୍ରାପ୍ତି ହୋଇଥିଲେ ନିଆଁରେ  ପୋଡ଼ିବେ ନାହିଁ । ଏଣୁ ପ୍ରହଲ୍ଲାଦଙ୍କୁ କୋଳରେ  ଧରି ପୋଡ଼ି ପକାଇବ ବୋଲି ଭାବିଥିଲା । କିନ୍ତୁ  ପ୍ରହଲ୍ଲାଦ ଥିଲେ ଠାକୁରଙ୍କ ଭକ୍ତ ଓ ନିଷ୍ପାପ ।  ଏଣୁ ସଙ୍କଟରେ ପଡ଼ି ପ୍ରହଲ୍ଲାଦ ମହାପ୍ରଭୁ  ଶ୍ରୀକୃଷ୍ଣଙ୍କୁ ଜପ କରିବାରୁ ଠାକୁରେ ତାଙ୍କୁ  ବଞ୍ଚାଇଥିଲେ । ଅନ୍ୟପଟେ ହୋଲିକା ଜଳି  ଯାଇଥିଲା । ଅଧର୍ମ ଉପରେ ଧର୍ମର ବିଜୟ  ହୋଇଥିଲା । ଏହି ପରମ୍ପରା ବହୁ ପ୍ରାଚୀନ ।  ଜାଗରଠାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇ  ହୋଳିକା ଦହନ ଉତ୍ସବରେ ଶେଷ ହୁଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.