ପ୍ରମୂଖ ଖବର
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ

Published By : Harapriya Sethi | December 2, 2024 2:16 PM

କାମାକ୍ଷାନଗର, ୦୨/୧୨: ବିଳମ୍ବିତ ରାତିରେ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ପାଗଳ ସ୍ୱାମୀ। ମୃତକ ମଝିକା ଗାଁର ଝୁମୁରି ଦେହୁରୀ ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ମଝିକା ଗାଁରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ତିନି ଦିନ ହେବ ସ୍ୱାମୀ ଜଗା ଦେହୁରୀଙ୍କର ପାଗଳାମି ବାହାରିଥିଲା । ଏନେଇ ତାଙ୍କ ଜଗାଙ୍କ ବାପା ପ୍ରକାଶ କରିଛନ୍ତି । ତେବେ ରବିବାର ବିଳମ୍ୱିତ ରାତିରେ ଜଗା ତାଙ୍କ ସ୍ତ୍ରୀ ଝୁମୁରିଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ପରେ ଭୋର ସମୟରେ ଅଭିଯୁକ୍ତ ଜଗା ମୃତ ସ୍ତ୍ରୀକୁ ନେଇ ଘର ପଛ ପଟେ ଥିବା ଶ୍ମଶାନକୁ ନେଇଥିଲା । ଏହା ଦେଖି ସ୍ଥାନୀୟଲୋକେ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।  ଅଭିଯୁକ୍ତ ସ୍ୱାମୀ ଶ୍ମଶାନରେ ଗାତ ଖୋଳି ସ୍ତ୍ରୀର ମୃତଦେହ ପୋତିବା ଦେବାକୁ ଯାଉଥିବା ବେଳେ ମାଡି ବସିଥିଲା ମହାବିରୋଡ଼ ପୋଲିସ । ଏହା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି ପୋଲିସ । ପରେ ଘଟଣାସ୍ଥଳରେ ଏକ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି । ସେପଟେ ହତ୍ୟାକାଣ୍ଡକୁ ନେଇ ଗାଁରେ ଆତଙ୍କ ସୃଷ୍ଟି ହୋଇଥିବା ଜଣାପଡିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.