ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଦୀପାବଳିରୁ ଶୀତ ଆସିବ, ପାରଦ ୪ ଡିଗ୍ରୀ ଖସିବ

Published By : Rasmita Pradhan | October 30, 2024 8:15 AM

ଭୁବନେଶ୍ୱର, ୩୦/୧୦ : ଦୀପାବଳିରୁ ରାଜ୍ୟରେ ଥଣ୍ଡା ଅନୁଭୂତ ହେବ । ୩୧ରୁ ଉତ୍ତର ଭାରତ ପଟୁ ଥଣ୍ଡା ପବନ ବହିବ । ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ଆସନ୍ତା ୧ ତାରିଖରୁ ସର୍ବନିମ୍ନ ତାପମାତ୍ରା କମିବ । ବୁଧବାର ଉତ୍ତର ଆଭ୍ୟନ୍ତରୀଣର କିଛି ଜାଗାରେ ହାଲୁକା ବର୍ଷା ହୋଇପାରେ । ଗୁରୁବାର ପଶ୍ଚିମ-ଉତ୍ତର ପଶ୍ଚିମ ଓଡ଼ିଶାରେ ମେଘୁଆ ପାଗ ସହିତ ହାଲୁକା ବର୍ଷା ସମ୍ଭାବନା ଅଛି । ଗୁରୁବାରଠାରୁ ସୋମବାର ଭିତରେ ରାତି ତାପମାତ୍ରା ୩ ଡିଗ୍ରୀ କମିପାରେ । ଦକ୍ଷିଣ ଆଭ୍ୟନ୍ତରୀଣରେ ଗୁରୁବାର ରାତିରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ କମିପାରେ । ଭୁବନେଶ୍ୱର ଉପକୂଳ ଅଞ୍ଚଳରେ ନଭେମ୍ବର ୧ରୁ ୫ ତାରିଖ ଭିତରେ ସର୍ବନିମ୍ନ (ରାତି) ତାପମାତ୍ରା ପ୍ରାୟ ୨ ଡିଗ୍ରୀ ସେଲସିୟସ୍‌ କମିପାରେ । ଏଭଳି ପୂର୍ବାନୁମାନ କରିଛନ୍ତି କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । 

ତାଙ୍କ ପୂର୍ବାନୁମାନ ଅନୁସାରେ ଆସନ୍ତା ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ମେଘୁଆ ପାଗ ସହିତ କାଁ ଭାଁ ହାଲୁକାରୁ ସ୍ପଳ୍ପ ବର୍ଷା ହୋଇପାରେ । ଉପକୂଳ ଅଞ୍ଚଳରେ ଆସନ୍ତା ୩ ଦିନ ସକାଳେ ହାଲୁକା ପାଗ କୁହୁଡ଼ିଆ ଓ ତା’ପରେ ଶିଶିରପାତ ହେବା ସମ୍ଭାବନା ଅଛି । ଚାଷୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର ପଶୁପାଳକ କହିଛନ୍ତି, ମଝି ମଝିରେ ଝିପିଝିପି ବର୍ଷା ସହ ତାପମାତ୍ରା କମିନଥିବାରୁ ଧାନ ଫସଲରେ ଚକଡ଼ା ପୋକର ପ୍ରାର୍ଦୁଭାବ ବଢ଼ିବାର ଆଶଙ୍କା ଅଛି । ଏହାସହିତ ରବି, ମୁଗ, ବିରିରେ ପାଉଁଶିଆ ରୋଗ ହୋଇପାରେ । ସମୁଦ୍ର ପାଣି ମାଡ଼ି ଯାଇଥିବା ସ୍ଥାନରେ ବୁଟ, ରାଶି ଲଗାନ୍ତୁ । ପାଣିପାଗ ବିଭାଗ କହିଛି, ଛତିଶଗଡ଼ ଏବଂ ପାଶ୍ୱର୍ବର୍ତ୍ତୀ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ବର୍ତ୍ତମାନ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଆଂଶିକ ମେଘୁଆ ପାଗ ସହ ପ୍ରତିଦିନ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ । ୩ ତାରିଖରୁ ପାଗ ପୂରା ଶୁଖିଲା ରହିବ । ରାତି ତାପମାତ୍ରା ଫୁଲବାଣୀରେ ୧୮ ଡିଗ୍ରୀ ସେଲସିୟସ୍‌ ଓ ଅନୁଗୁଳରେ ୧୯ ଡିଗ୍ରୀ ଥିଲା ପୂର୍ବ ରାତିରେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.