ନୂଆଦିଲ୍ଲୀ,୨୬/୦୧: ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସ୍ଆପ୍ ବ୍ୟବହାରକାରୀଙ୍କ ଗୋପନୀୟତାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଆମେରିକାର ଏକ କୋର୍ଟରେ ଦାୟର ହୋଇଥିବା ଏକ ମାମଲା ହ୍ୱାଟସଆପର ବ୍ୟକ୍ତିଗତ ଚାଟ୍ କମ୍ପାନୀ ଦାବି କରୁଥିବା ପରି ସୁରକ୍ଷିତ କି ନାହିଁ ସେ ବିଷୟରେ ବିତର୍କ ଆରମ୍ଭ କରିଛି । ହ୍ୱାଟସଆପ୍ ଦୀର୍ଘ ଦିନ ଧରି ଦାବି କରିଆସୁଛି ଯେ, ଏହାର ଚାଟ୍ ସମ୍ପୂର୍ଣ୍ଣ ସୁରକ୍ଷିତ, ବ୍ୟବହାରକାରୀଙ୍କ କଥାବାର୍ତ୍ତା କେବଳ ପ୍ରେରକ ଏବଂ ଗ୍ରହଣକାରୀଙ୍କ ମଧ୍ୟରେ ସୀମିତ । ତଥାପି, ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ଫେଡେରାଲ୍ କୋର୍ଟରେ ଦାୟର ହୋଇଥିବା ଏକ ସମ୍ପ୍ରତିକ ମାମଲା ଏହି ଦାବି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ମାମଲାଟି ମେଟା ଏବଂ ହ୍ୱାଟସଆପ୍ ଉପରେ ବ୍ୟକ୍ତିଗତ କଥାବାର୍ତ୍ତା ବିଷୟରେ ବ୍ୟବହାରକାରୀଙ୍କୁ ଭ୍ରମିତ କରୁଥିବା ଅଭିଯୋଗ କରିଛି । ଏ ନେଇ ମୋଟା ବିରୋଧରେ ମାମଲା କୋର୍ଟରେ ପହଞ୍ଚିଛି ।
ହ୍ୱାଟସ୍ଆପ୍ ମେସେଜ ସମ୍ପୂର୍ଣ୍ଣ ସୁରକ୍ଷିତ । ଏହା କେବଳ ପଠାଉଥିବା ଏବଂ ପାଉଥିବା ବ୍ୟକ୍ତି ପଢିପାରିବେ ଏବଂ ବ୍ୟବହାର କରିବେ।୨୦୧୪ ମସିହାରେ ହ୍ୱାଟସ୍ଆପ୍କୁ କିଣିଥିବା ମେଟା ଏପରି ଦାବି କରିଆସୁଛି ।କିନ୍ତୁ ଏହି ଦାବି ମିଛ ବୋଲି କେତେକ ଅଭିଯୋଗକାରୀ ଯୁକ୍ତି ବାଢିଛନ୍ତି । ସେମାନେ ମେଟାକୁ ଏଥିପାଇଁ କାଠଗଡ଼ାରେ ଛିଡା କରିଛନ୍ତି । ସାନ୍ ଫ୍ରାନସିସକୋର ଜିଲ୍ଲା କୋର୍ଟରେ ଏ ନେଇ ଅଭଯୋଗ କରାଯାଇଛି । ଆବେଦନକାରୀମାନେ ଦର୍ଶାଇଛନ୍ତି ଯେ ମୋଟର ଗୋପନୀୟତା ଦାବି ମିଛି । ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ମେଟା ଏବଂ ହ୍ୱାଟସଆପ ମେସେଜକୁ ରଖି ପାରୁଛନ୍ତି । ବିଶ୍ଳେଷଣ କରି ପାରୁଛନ୍ତି ଏବଂ ବିସ୍ତୁତଃ ସବୁ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ଯୋଗାଯୋଗକୁ ଆକ୍ସେସ୍ କରି ପାରୁଛନ୍ତି । ବିଶ୍ୱର କୋଟିକୋଟି ହ୍ୱାଟସଆପ୍ ବ୍ୟବହାରକାରୀଙ୍କୁ କମ୍ପାନି ଏବଂ ଏହାର ଅଧିକାରୀମାନେ ଠକୁଛନ୍ତି ବୋଲି କୁହାଯାଇଛି ।
ଏହା ବି ପଢନ୍ତୁ...କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ, ଆତ୍ମନିର୍ଭର ଭାରତରେ ଦର୍ଶାଇଲା ଅବଦାନ
ମେଟାର ଜଣେ ପ୍ରବକ୍ତା ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି । ଆବେଦନକାରୀଙ୍କ ବିରୋଧରେ ମେଟା କାର୍ଯ୍ୟାନୁଷ୍ଠାନ ଦାବି କରିବ ବୋଲି କହିଛନ୍ତି । ହ୍ୱାଟସଆପ ମେସେଜ୍ ଏନକ୍ରିପ୍ଟେଡ ନୁହେଁ ବୋଲି କରାଯାଉଥିବା ଦାବି ସମ୍ପୂର୍ଣ୍ଣ ଭାବେ ମିଛ ବୋଲି ପ୍ରବକ୍ତା ଆଣ୍ଡି ଷ୍ଟୋନ୍ ଏକ ଇ-ମେଲ୍ ଜରିଆରେ କହିଛନ୍ତି । ମେଟା ବିରୋଧରେ ଅଭିଯୋଗ ଆଣିଥିବା ବ୍ୟକ୍ତିମାନେ ଅଷ୍ଟ୍ରେଲିଆ, ବ୍ରାଜିଲ, ଭାରତ, ମେକ୍ସିକୋ ଏବଂ ଦକ୍ଷିଣ ଆଫ୍ରିକାର । ହ୍ୱାଟସଆପରେ ବ୍ୟବହାରକାରୀଙ୍କ ମଧ୍ୟରେ ହେଉଥିବା ଯୋଗଯୋଗକୁ କମ୍ପାନୀ ରଖିପାରୁଛି । କର୍ମଚାରୀମାନେ ସେଗୁଡିକୁ ପାଇ ପାରୁଛନ୍ତି ।