ଜଗତସିଂହପୁର ୧୨/୦୧:ସମୀକ୍ଷା ବୈଠକରେ  ଅନୁପସ୍ଥିତ ରହିବା ଏମ୍‌ଆଇ ଅଲିଭା ଦାଶଙ୍କୁ ପଡିଲା ମହଙ୍ଗା। ପାରାଦୀପ ପୌରାଞ୍ଚଳର ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ସୂଚନା ଅନୁଯାଇ, ପାରାଦୀପ ପୌରାଞ୍ଚଳର ଯୋଗାଣ  ନିରୀକ୍ଷକ(ଏମ୍‌ଆଇ) ଅଲିଭା ଦାଶ ଶୁକ୍ରବାର  ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ନେଇ  ବିରକ୍ତି ଓ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏତାଦୃଶ  ଆଚରଣ ତଥା କାର୍ଯ୍ୟରେ ଅବହେଳା ନିମନ୍ତେ ଏମ୍‌ଆଇ ଶ୍ରୀମତୀ ଦାଶଙ୍କୁ ନିଲମ୍ବତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୂର୍ବରୁ ତାଙ୍କ ନାଁରେ ଅନ୍ୟାନ୍ୟ ଅଭିଯୋଗ ରହିଥିଲା। କାର୍ଯ୍ୟରେ ଅବହେଳା ହେତୁ ନିଲମ୍ବିତ କରାଯାଇଥିବା‌ ନେଇ ସୂଚନା ଦେଲେ ଜଗତସିଂହପୁର ଜିଲ୍ଲାପାଳଜେ. ସୋନାଲ।