ମୁମ୍ବାଇ,୮/୩ : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ବିଶ୍ବକପ୍ ଫାଇନାଲ୍। ସୋସିଆଲ ମିଡ଼ିଆରେ ବି ଏହାର କ୍ରେଜ୍ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ବି ଏହି ବଡ଼ ମ୍ୟାଚକୁ ନେଇ ଏଭଳି ଅନ୍ଦାଜ୍ ଦେଖାଇଲେ କି ଇଣ୍ଟରନେଟରେ ଲୋକେ ହସିବାକୁ ଲାଗିଲେ । ପ୍ରକାଶ ଯେ, ସେ ମ୍ୟାଚ୍ ପୂର୍ବରୁ ରାସ୍ତା କଡ଼ରେ ବସି ଏକ ଦୋକାନରେ ଦାଢି କାଟୁଥିବାର ଏକ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି ।

ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକେଲ ଭନ୍ ସୋସିଆଲ ମିଡିଆ ପ୍ଲାଟ ଫର୍ମ ଏକ୍ସ ରେ ଟି-୨୦ ବିଶ୍ୱକପ୍ ଫାଇନାଲକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି। ତାଙ୍କ ପୋଷ୍ଟରେ ସେ ଲେଖିଛନ୍ତି, "କ୍ରିକବଜରେ ଆଜି ରାତି ଫାଇନାଲ ପାଇଁ ସମସ୍ତେ ପ୍ରସ୍ତୁତ।" ଅର୍ଥାତ୍, ସେ ଫାଇନାଲ ମ୍ୟାଚ୍ ଦେଖିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏହି ପୋଷ୍ଟ ସହ ସେ ତାଙ୍କର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।