ନୂଆଦିଲ୍ଲୀ,୦୭/୦୭: ଟେକ୍ନୋଲୋଜି କମ୍ପାନି ମାଇକ୍ରୋସଫ୍ଟ ପାକିସ୍ତାନରେ ଏହାର ଅପରେସନକୁ ବନ୍ଦ କରି ଦେଇଛି । ଏଠାରେ ବିଗୁଡୁଥିବା ସ୍ଥିତିକୁ  ନଜରରେ ରଖି ଏଭଳି କାର୍ଯ୍ୟକ୍ରମ ଗ୍ରହଣ କରିଛି  କମ୍ପାନି । 

ଦୀର୍ଘ ୨୫ ବର୍ଷ ଧରି ପାକିସ୍ତାନରେ କାମ କରୁଥିଲା ମାଇକ୍ରୋସଫ୍ଟ । କମ୍ପାନି ଏହାର ଗ୍ଲୋବାଲ ପ୍ଲାନ  ମୁତାବକ, କ୍ଲାଉଡ୍‌ ଭିତ୍ତିକ ଏବଂ ପାର୍ଟନରଶିପ୍‌ ମଡେଲ ଉପରେ ଫୋକସ କରୁଛି । ୨୦୦୦ ମସିହାରେ କମ୍ପାନି  ପାକିସ୍ତାନରେ ଏହାର କାର୍ଯ୍ୟାଳୟ ସ୍ଥାପନା କରିଥିଲା । ତେବେ ବର୍ତ୍ତମାନ ଏଠାରୁ କମ୍ପାନି ସିଧାସଳଖ କାମ କରିବ ନାହିଁ । ସ୍ଥାନୀୟ ଅଫିସ ଏବଂ ଲୋକାଲ ପାର୍ଟନରଙ୍କ  ଜରିଆରେ ସେବା ଯୋଗାଇବାକୁ ଏହା ଯୋଜନା ରଖିଛି । କମ୍ପାନି ସମ୍ପୂର୍ଣ୍ଣ ଭାବେ ଦେଶ ଛାଡୁନାହିଁ । ଆଞ୍ଚଳିକ ପାର୍ଟନରଙ୍କ ସହ ମିଳିତ ହୋଇ ଏହା ସେବା ଯୋଗାଇବ ବୋଲି ପାକିସ୍ତାନର ଆଇଟି ଏବଂ ଟେଲିକମ ମନ୍ତ୍ରଣାଳୟ  ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।