ଭୋଗରାଇ, ୦୨/୦୫ : ବାଲେଶ୍ୱର ଜିଲ୍ଲା ଭୋଗରାଇରେ ମଧ୍ୟାହ୍ନ ଭୋଜନ ମହାଦୁର୍ନୀତି। ବଜାରରେ ସ୍କୁଲ ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ବେଳେ ଘେରିଗଲେ ଗାଁ ଲୋକେ। ଭୋଗରାଇ ସହରିଆ ପ୍ରାଥମିକ ବିଦ୍ୟାଳୟର ଚାଉଳ ଚୌକି ବଜାର ନିକଟରେ ଥିବା ଏକ ଚାଉଳ ଗୋଦାମକୁ ବିକ୍ରି ପାଇଁ ଅଣା ଯାଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଯୋଗାଣ ଅଧିକାରୀ ପହଞ୍ଚି ଚାଉଳ ଜବତ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନାନୁଯାୟୀ, ଶନିବାର ସକାଳେ ଭୋଗରାଇ ସହରିଆ ପ୍ରାଥମିକ ବିଦ୍ୟାଳୟରୁ ୬ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ଚୌକି ବଜାର ନିକଟରେ ଥିବା ଏକ ଚାଉଳ ଗୋଦାମକୁ ବିକ୍ରି ପାଇଁ ଅଣା ଯାଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ସନ୍ଦେହ କରି ପଚରାଉଚରା କରିଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି ହେଉଥିବା ଜଣାପଡ଼ିଥିଲା। ଲୋକମାନେ ଭୋଗରାଇ ଯୋଗାଣ ଅଧିକାରୀଙ୍କୁ ଖବର ଦେଇଥିଲେ। ଏନେଇ ଖବର ପାଇ ଭୋଗରାଇ ଯୋଗାଣ ଅଧିକାରୀ ଅମ୍ବିକା ପ୍ରସାଦ ରଥ ପହଞ୍ଚି ୬ବସ୍ତା ଚାଉଳକୁ ଜବତ କରିବା ସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରେ ଉତେଜନା ମୂଳକ ପରିସ୍ଥିତି ଲାଗି ରହିଛି। ପିଲାଙ୍କ ପାଇଁ ଆସୁଥିବା ଚାଉଳ ବିକ୍ରି ହେଉଥିବା ଘଟଣାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି।

ଏହି ଖବରଟିକୁ ପଢନ୍ତୁ- ବିଜୁ ଲିଗାସୀର ପଡ଼ିବ କି ମୂଳଦୁଆ ? ବିଧାୟକ ସୌଭିକ ବିଶ୍ୱାଳଙ୍କ ଘରେ ଦିଲ୍ଲୀପ ରାୟ, ପ୍ରଭାତଙ୍କ ସହ କଲେ ଗୁପ୍ତ ବୈଠକ