ନୂଆଦିଲ୍ଲୀ,୨୯/୪ : ଆମେରିକା- ଇରାନ ମଧ୍ୟରେ ଯୁଦ୍ଧ କେଉଁ ଦିଗରେ ଯାଉଛି, କିଛି ସ୍ପଷ୍ଟ ଜଣାପଡ଼ୁନାହିଁ । ଗୋଟିଏ ପଟେ ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ପରିସ୍ଥିତି ସ୍ଥଗିତ ରହିଛି । ଅନ୍ୟପଟେ ଉଭୟ ପକ୍ଷରୁ ଧମକ ଜାରି ରହିଛି। ବେଳେବେଳେ ହର୍ମୁଜରୁ ଜାହାଜ ଯିବା ଦେଖାଯାଉଛି । କିନ୍ତୁ କୌଣସି ବ୍ୟବସ୍ଥା ହୋଇପାରି ନାହିଁ । ଆମେରିକା ଅବରୋଧ ଉଠାଇବାକୁ ଇଛୁକ ନାହିଁ ଏବଂ ଇରାନ ହର୍ମୁଜ ଉପରୁ ତାର ନିୟନ୍ତ୍ରଣ ଛାଡିବାକୁ ଚାହୁଁନାହିଁ । ଯୁଦ୍ଧର ଦୁଇ ମାସ ପରେ ମଧ୍ୟ କେବଳ ଉଭୟ ପକ୍ଷରୁ ବୟାନବାଜି ହେବାରେ ଲାଗିଛି । ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇନାହିଁ।
ଏହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବିରୁଦ୍ଧରେ ନିଜର ଆଭିମୁଖ୍ୟକୁ ଆହୁରି କଠୋର କରିଛନ୍ତି । ସେ ସୋସିଆଲ ମିଡିଆରେ ଚେତାବନୀ ଦେଇଛନ୍ତି ଯେ ଇରାନକୁ ଶୀଘ୍ର ଏକ ପରମାଣୁ ମୁକ୍ତ ଚୁକ୍ତି କରିବାକୁ ପଡିବ । ନଚେତ୍ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ। ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଇରାନ କିପରି ଠିକ୍ ଭାବରେ ଆଲୋଚନା କରିବାକୁ ଜାଣେ ନାହିଁ ଏବଂ ଶୀଘ୍ର ବୁଝାମଣା ଦେଖାଇବା ଉଚିତ। ଟ୍ରମ୍ପଙ୍କ ପୋଷ୍ଟ ବହୁତ ନାଟକୀୟ, ଯେଉଁଥିରେ ତାଙ୍କୁ ଏକ ନିଆଁ ମଧ୍ୟରେ ବନ୍ଧୁକ ଧରି ଦେଖାଯାଉଛି।
ଟ୍ରମ୍ପ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଇରାନ ଠିକ୍ ଭାବରେ ଆଲୋଚନା କରିବାକୁ ଜାଣେ ନାହିଁ ଏବଂ ଶୀଘ୍ର ବୁଝିଯିବା ଆବଶ୍ୟକ । ଏହି ପୋଷ୍ଟ ସହିତ ଏକ ଫଟୋ ବି ସେୟାର କରିଛନ୍ତି, ଯେଉଁଥିରେ ଟ୍ରମ୍ପ ଅସ୍ତ୍ର ସହ ନଜର ଆସୁଛନ୍ତି ଏବଂ ‘NO MORE MR. NICE GUY!’ ଲେଖା ଅଛି । ଯାହା ତାଙ୍କର କଠୋର ମନୋଭାବକୁ ଦେଖାଉଛି ।
ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ହର୍ମୁଜ ଖୋଲିବା ଏବଂ ଯୁଦ୍ଧ ସମାପ୍ତ କରିବାର ପ୍ରସ୍ତାବ ଦେଇଛି । ତଥାପି, ଆମେରିକା ଏହି ପ୍ରସ୍ତାବରେ ସମ୍ପୂର୍ଣ୍ଣ ଭାବରେ ଆଶ୍ୱସ୍ତ ନୁହେଁ ଏବଂ ଟ୍ରମ୍ପ ଏଥିରେ ସନ୍ତୁଷ୍ଟ ମନେ ହେଉନାହାଁନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ , ଇରାନର ପ୍ରସ୍ତାବ ପୂର୍ବ ଅପେକ୍ଷା ଭଲ, କିନ୍ତୁ କୌଣସି ବି ଚୁକ୍ତି ଏଭଳି ହେବା ଆବଶ୍ୟକ ଯେଉଁଥିରେ ଇରାନ ପରମାଣୁ ଅସ୍ତ୍ର ନିର୍ମାଣ ଦିଗରେ ଆଗକୁ ନ ବଢିବା ଉଚିତ୍ । ଇରାନ ଏଥିରେ ରାଜି ହେଉନାହିଁ।