ନୂଆଦିଲ୍ଳୀ,୩୦।୩: ଇରାନ ଯୁଦ୍ଧ ପ୍ରତିଦିନ ନୂଆ ରୂପ ନେଉଛି। ତେହରାନ ମୁଣ୍ହ ନୂଆଁଇବାକୁ ପ୍ରସ୍ତୁତ ନୁହେଁ। ଅନ୍ୟପକ୍ଷେ ଆମେରିକାଠାରୁ ମଧ୍ୟ ଏଭଳି କୌଣସି ଆଶା ଦେଖିବାକୁ ମିଳୁଛି। ଏହା ଭିତରେ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନିକଙ୍କ ସଂଖ୍ୟା ୫୦ ହଜାର ପାର କରିଛି, ଯାହାକି ସାଧାରଣ ଦିନ ତୁଳନାରେ ୧୦ ହଜାର ଅଧିକ। ‘ନ୍ୟୁୟର୍କ ଟାଇମ୍ସ’ର ରିପୋର୍ଟ ଅନୁସାରେ, ୨୫୦୦ ମରିନ୍ ଓ ୨୫୦୦ ନାବିକଙ୍କ ନୂଆ ଟିମ୍ ପ୍ରବେଶ କରିଥିବା ଅଞ୍ଚଳରେ ଆମେରିକା ଘେରାବନ୍ଦୀ ମଜବୁତ ହୋଇଛି। କୌଣସି ସମୟରେ କିଛି ବି ହୋଇପାରେ। ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଇରାନ ସହିତ ଏକ ମାସ ହେବ ଚାଲିଥିବା ଯୁଦ୍ଧରେ ନିଜର ଆଗାମୀ ପଦକ୍ଷେପକ ଉପରେ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏଥିରେ ରଣନୈତିକ୍ ଦ୍ବୀପ ଉପରେ କବଜା କରିବାର ଯୋଜନା ମଧ୍ୟ ରହିଛି।
ଆମେରିକା ସେନାର ୮୨ ତମ ଏୟାରବୋର୍ନ ଡିଭିନ୍ର ୨୦୦୦ ପାରାଟ୍ରୁପସ୍ ଇରାନ ଉପରେ ଆକ୍ରମଣ କରିବା ପାଇଁ ମୁତୟନ ରହିଛନ୍ତି। ଏହି ସୈନ୍ୟ ହୋର୍ମୁଜକୁ ଖୋଲିବା ଓ ଇରାନ ଆକ୍ରମଣର ଜବାବ୍ ଦେବା ପାଇଁ ମୁତୟନ କରାଯାଇଛି। ତେବେ ସାମରିକ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଇରାନ ଭଳି ବଡ଼ ଦେଶ ଉପରେ କବଜା କରିବା ପାଇଁ ୫୦ ହଜାର ସୈନିକ ଖୁବ୍ କମ୍। ବର୍ତ୍ତମାନ ଆମେରିକାର ଫାଇଟର ପ୍ଲେନ୍ ଇରାନର ମୁଖ୍ୟ ତୈଳ ଉତ୍ପାଦନ କେନ୍ଦ୍ର ଖାର୍ଗ ଦ୍ବୀପ ସହିତ ୯୦ ହଜାରରୁ ଅଧିକ ସେନା ଠିକରରେ ବୋମାମାଡ଼ ହୋଇସାରିଛି।
ଦୁନିଆର ପ୍ରାୟ ୨୦% ତୈଳ ଆମଦାନୀ ତୈଳ, ଯାହାକି ହର୍ମୁଜ ବାଟ ଦେଇ ଯାଇଥାଏ। ତାହା ଇରାନ ସେନାର ଆକ୍ରମଣ କାରଣରୁ ବହୁ ଦୂର ପର୍ଯ୍ୟନ୍ତ ବନ୍ଦ ହୋଇପାରେ। ଟ୍ରମ୍ପ ପ୍ରଶାସନ ଏହି ରାସ୍ତାକୁ ପୁଣିଥରେ ସୁରକ୍ଷିତ କରିବ ପାଇଁ କୌଣସି ଦ୍ବୀପ କିମ୍ବା ସ୍ଥଳ ଭାଗରୁ ଦଖଲ କରିବାର ଚେଷ୍ଟା କରିପାରେ। ୩୧ ତମ ମରିନ୍ ଏକ୍ସପିଡିସନାରୀ ୟୁନିଟ୍ର ସୈନିକ ଏଭଳି କଠିନ ସାମରିକ ଅପରେସନ୍ ପାଇଁ ଷ୍ଟାଣ୍ଡବାୟରେ ଅଛନ୍ତି, ଯାହାଙ୍କ ଦ୍ବାରା ତୈଳ ଯୋଗାଣ ସମ୍ଭବ ହୋଇପାରିବ। ନିକଟରେ ପେଣ୍ଟାଗନ୍ ୨୦୦୦ ପାରାଟ୍ରୁପ୍ସଙ୍କୁ ମଧ୍ୟପ୍ରାଚ୍ୟ ପଠାଇଛି,ଯାହାଙ୍କର ଲୋକେସନ୍ ବର୍ତ୍ତମାନ ସିକ୍ରେଟ ରଖାଯାଇଛି। ବିଶେଷଜ୍ଞଙ୍କ ମତରେ ଏହି ସୈନିକଙ୍କର ବ୍ୟବହାର ଉତ୍ତର ପାରସ୍ ଖାଡିରେ ଥିବା ଇରାନର ମୁଖ୍ୟ ମୁଖ୍ୟ ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପକୁ କବଜା କରାଯାଇପାରନ୍ତି।