ମୁମ୍ବାଇ,୪/୨ : ଚଳିତ ବର୍ଷ ଆରମ୍ଭରୁ ମିଳାପ ଜବେରୀ ଏବଂ ଭୂଷଣ କୁମାର ଟାଇଗର ଶ୍ରଫ ଏବଂ ବିଦ୍ୟୁତ ଜାମଓ୍ବାଲଙ୍କ ଆକ୍ସନ ଡ୍ରାମା ଫିଲ୍ମର ସୁଟିଂ ଆରମ୍ଭ କରିବାରେ ଥିଲେ। କିନ୍ତୁ ରିପୋର୍ଟ୍ସ ଅନୁସାରେ ଏବେ ନିର୍ଦେଶକ ଏବଂ ଟି-ସିରିଜର ମୁଖ୍ୟ ନିଜ ଫୋକସ୍ ଏକ ନୂଆ ପ୍ରୋଜେକ୍ଟ ଉପରେ ନେଉଛନ୍ତି। ଯେଉଁଥିରେ ମିଳାପ ଜବେରୀ ପୁଣି ଥରେ ‘ଏକ ଦିଓ୍ବାନେ କି ଦିଓ୍ବାନିୟତ’ ଫିଲ୍ମର ଅଭିନେତା ହର୍ଷବର୍ଦ୍ଧନ ରାଣେଙ୍କ ସହ କାମ କରିବେ ।
ମିଳାପ ଜବେରୀ ଟାଇଗର ଶ୍ରଫ ଏବଂ ବିଦ୍ୟୁତ ଜାମଓ୍ବାଲଙ୍କୁ ନେଇ ନିର୍ମାଣ ହୋଇଥିବା ଆକ୍ସନ ଫିଲ୍ପକୁ ହୋଲ୍ଡରେ ରଖାଯାଇଛି । ପ୍ରକାଶ ଯେ, ନିର୍ଦେଶକ ଏବେ ହର୍ଷବର୍ଦ୍ଧନ ରାଣେଙ୍କ ସହ ଏକ ରୋମାଣ୍ଟିକ ଡ୍ରାମା ଉପରେ ଫୋକସ କରୁଛନ୍ତି । ମାତ୍ର ଏହି ପରିବର୍ତ୍ତନକୁ ନେଇ ଏବେ ପର୍ଯ୍ୟନ୍ତ ନା ମିଳାପ ଜବେରୀ ଏବଂ ନା ଏହାସହ ଯୋଡ଼ି ହୋଇଥିବା କୌଣସି ଅଭିନେତାଙ୍କ ତରଫରୁ କୌଣସି ଅଫିସିଆଲ୍ ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, ଅନୀଲ କପୁର ଏବେ ପର୍ଯ୍ୟନ୍ତ ଅନଟାଇଟଲ୍ଡ ଫିଲ୍ମରେ ଏକ ମହତ୍ବପୂର୍ଣ୍ଣ ଭୂମିକା ନିଭାଇବା ଲାଗି ଚର୍ଚ୍ଚାରେ ଅଛନ୍ତି । ଯାହାର ସୁଟିଂ ଚଳିତ ମାସ ଆରମ୍ଭ ହେବାକୁ ଆଶା ରହିଛି । ନିର୍ମାତା ଅନୀଲ କପୁରଙ୍କ ସହ କଥାବାର୍ତ୍ତା ହୋଇଛନ୍ତି । ଏହା ପ୍ରଥମ ଥର ଅଟେ ଯେତେବେଳେ ମିଳାପ ଜବେରୀ ତାଙ୍କୁ ନିର୍ଦେଶନା ଦେବେ । ସେହିଭଳି ଟାଇଗର ଶ୍ରଫ ଏବଂ ବିଦ୍ୟୁତ ଜାମଓ୍ବାଲଙ୍କ ଭଳି ଆକ୍ସନ ହିରୋଙ୍କ ଫିଲ୍ମ ଲାଗି ଅଭିନେତା ପୂର୍ବରୁ ହିଁ ଟ୍ରେନିଂ ଆରମ୍ଭ କରିସାରିଥିଲେ । ସୂଚନା ମୁତାବକ କ୍ରିଏଟିଭ ମତଭେଦ କାରଣରୁ ଏହି ଫିଲ୍ମକୁ ପ୍ରାୟ ପଛରେ ରଖି ଦିଆଯାଇଛି ।