ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ରାଜ୍ୟରେ ବଢ଼ିବ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ, ‘ଆଇଭିଏଫ୍‌’ ପ୍ରଣାଳୀରେ ଜନ୍ମ ନେବେ ଉନ୍ନତ ବାଛୁରୀ

Published By : Rasmita Pradhan | June 25, 2025 11:59 AM

ଭୁବନେଶ୍ୱର,୨୫/୬ : ରାଜ୍ୟରେ ବଢ଼ିବ ଦୁଗ୍ଧ ଓ ଅଣ୍ଡା ଉତ୍ପାଦନ । ଆଗାମୀ ୧୦ ବର୍ଷରେ ଦୁଇ ଗୁଣା ଦୁଗ୍ଧ ଓ ୩ ଗୁଣା ଅଣ୍ଡା ଉତ୍ପାଦନ ହେବ । ଏମିତି ଲକ୍ଷ୍ୟ ରଖି କାର୍ଯ୍ୟ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଉନ୍ନତ ତଥା ଶଙ୍କର ପ୍ରଜାତିର ଗୋରୁ ପାଇଁ ବାହାର ରାଜ୍ୟ ଉପରେ ଓଡ଼ିଶା ନିର୍ଭର କରିବନି । ପ୍ରଜନନ କ୍ଷମତା ହରାଇଥିବା ଗାଈ କିମ୍ବା ମଇଁଷିମାନେ ମଧ୍ୟ ଛୁଆ ଜନ୍ମ କରିପାରିବେ । ଏଥିପାଇଁ ଖୁବଶୀଘ୍ର ରାଜ୍ୟରେ ମଣିଷଙ୍କ ଭଳି ଗୋରୁଙ୍କ କ୍ଷେତ୍ରରେ ଇନଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ୍‌) ପ୍ରଣାଳୀ ପ୍ରୟୋଗ କରାଯିବ । ସେଥିପାଇଁ ଅତ୍ୟାଧୁନିକ ପ୍ରୟୋଗଶାଳା ପ୍ରତିଷ୍ଠା ହେବ । ଆଇଭିଏଫ୍‌ ମାଧ୍ୟମରେ ଗାଈ, ମଇଁଷିମାନେ ଉନ୍ନତମାନର ବାଛୁରୀ ଜନ୍ମ ଦେବେ । ବର୍ତ୍ତମାନ ରାଜ୍ୟରେ ଦିନକୁ ୭୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି । ୫ ବର୍ଷ ମଧ୍ୟରେ ଦିନକୁ ୮୦ ଲକ୍ଷ ଲିଟର, ୨୦୩୬ ସୁଦ୍ଧା ୧୬୫ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି । 

ବର୍ତ୍ତମାନ ଦିନକୁ ଜଣେ ଲୋକ ପାଇଁ ୧୫୬ ଗ୍ରାମ ଦୁଗ୍ଧ ଦରକାର ପଡ଼ୁଥିବା ବେଳେ ୨୦୨୯ରେ ୧୭୫, ୨୦୩୬ରେ ୩୦୦ ଗ୍ରାମରେ ପହଞ୍ଚିବ । ଯଦ୍ଦ୍ୱାରା ଗୋପାଳକଙ୍କ ଆୟ ବଢିବା ସହ ଆମେ ଅନ୍ୟ ରାଜ୍ୟକୁ ଦୁଗ୍ଧ ପଠାଇପାରିବା । ଏବେ ବାର୍ଷିକ ୩୭୨ କୋଟି ଅଣ୍ଡା ଉତ୍ପାଦନ ହେଉଛି । ବର୍ଷକୁ ମୁଣ୍ଡ ପିଛା ୮୦ଟି ଅଣ୍ଡା ଆବଶ୍ୟକ ପଡ଼ୁଛି । ଆସନ୍ତା ୫ ବର୍ଷରେ (୨୦୨୯) ସୁଦ୍ଧା ବାର୍ଷିକ ୫୦୦ କୋଟି ଓ ୨୦୩୬ ସୁଦ୍ଧା ୧୦୦୦ କୋଟି ଅଣ୍ଡା ଉତ୍ପାଦନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିପରି ବର୍ତ୍ତମାନ ବାର୍ଷିକ ଦୁଇଲକ୍ଷ ମେଟ୍ରିକ ଟନ୍‌ ମାଂସ ଉତ୍ପାଦନ ହେଉଛି । ୨୦୨୯ ସୁଦ୍ଧା ବାର୍ଷିକ ୪ ଲକ୍ଷ ମେଟ୍ରିକ ଟନ୍‌ ଓ ୨୦୩୬ ସୁଦ୍ଧା ୬ଲକ୍ଷ ମେଟ୍ରିକ ଟନ୍‌ ମାଂସ ଉତ୍ପାଦନ ହେବ । ପ୍ରାଣୀ ସମ୍ପଦ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଉପଖଣ୍ଡସ୍ତରରେ ଭେଟେରନାରୀ ପଲିକ୍ଲିନିକ୍‌ ଓ ଗ୍ରାମ ପଞ୍ଚାୟତରେ ପ୍ରାଣୀସମ୍ପଦ ସେବାକେନ୍ଦ୍ର ସଂଖ୍ୟା ବଢ଼ିବ । ଏବେ ୪ଟି ଉପଖଣ୍ଡରେ ପଲିକ୍ଲିନିକ୍‌ ରହିଛି । 

୨୦୨୯ରେ ୩୦ ଓ ୨୦୩୬ରେ ୫୮ଟି ପଲିକ୍ଲିନିକ୍‌ ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ କୌଣସି ପଞ୍ଚାୟତରେ ପ୍ରାଣୀସମ୍ପଦ ସେବା କେନ୍ଦ୍ର ନଥିବା ବେଳେ ୨୦୨୯ରେ ୩୧୪ ଓ ୨୦୩୬ରେ ୧୦୦୦ ପଞ୍ଚାୟତରେ ଏହି କେନ୍ଦ୍ର ଖୋଲିବାକୁ ଯାଉଛି । କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟରେ ଆଉ ଏକ ଫ୍ରୋଜେନ୍‌ ସିମେନ୍‌ ବ୍ୟାଙ୍କ ସହ ମାଂସ ଉତ୍ପାଦନ ଲାଗି ଏକ ଛେଳି ସିମେନ୍‌ ଷ୍ଟେସନ ପ୍ରତିଷ୍ଠା ହେବ । ଯଦ୍ୱାରା ଛେଳି ପ୍ରଜାତିଙ୍କ ସଂଖ୍ୟା ବଢ଼ିବ । ରାଜ୍ୟରେ ଏକ ମାଂସ ପ୍ରକ୍ରିୟାକରଣ ପ୍ଲାଣ୍ଟ ନିର୍ମାଣ ସହ ଗୋରୁଙ୍କ ଠାରେ ଦେଖାଯାଉଥିବା ଲାମ୍ପି ଚର୍ମ ରୋଗ ଓ ଗୋଟ୍‌ ପକ୍ସର ନିରାକରଣ ପାଇଁ ଅତ୍ୟାଧୁନିକ ଲାବୋରେଟୋରୀ ନିର୍ମାଣ ହେବ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସ୍ମଲ ଆନିମଲ ବ୍ରିଡିଂ ପଲିସି ଆଣିବେ ବୋଲି ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.