ଜଳେଶ୍ୱର,୧୪/୦୫: ବେଆଇନ ବାଲି ଚୋରାଚାଲାଣ ବେଳେ ଖଣି ବିଭାଗର ରାତି ଅଧିଆ ରେଡ୍ । ଜେସିବି, ହାଇୱା ଏବଂ ଡମ୍ପର ଜବତ । ଜଳେଶ୍ଵର ଥାନା ଅନ୍ତର୍ଗତ ଶିଖରପୁରୁ ଠାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସୁବର୍ଣ୍ଣରେଖା ନଦୀରୁ ବେଆଇନ୍ ବାଲି ଉତ୍ତୋଳନ କରି ନଦୀପଠାରେ ଷ୍ଟକ କରି ବାଲି ଚୋରା ଚାଲାଣ କରାଯାଉଥିଲା । ଏନେଇ ଖବର ପାଇ ଖଣି ବିଭାଗର ଜୁନିଅର ଅଧିକାରୀ ଜିତେନ୍ଦ୍ର ଦାସ ପହଞ୍ଚି ଗୋଟିଏ ଜେସିବି, ଗୋଟିଏ ହାଇୱା ଏବଂ ଡମ୍ପର ଜବତ କରିଥିଲେ । ଘଟଣା ବାବଦରେ ଜୁନିୟର ଖଣି ଅଧିକାରୀ ଜିତେନ୍ଦ୍ର କୁମାର ଦାସ, ସତ୍ୟ ଚିନ୍ମୟ ଜେନା ଓ ଜଳେଶ୍ୱର ପୋଲିସ ମିଳିତ ଭାବେ ଏକ ଏନଫୋର୍ସମେଣ୍ଟ ଟିମ୍ ସହ ଘଟଣା ସ୍ଥଳରେ ପହଞ୍ଚି ଜେସିବି, ହାଇୱା ଏବଂ ଡମ୍ପର ଜବତ କରିଛନ୍ତି ।
ତେବେ ଦୀର୍ଘଦିନ ଧରି ସୁବର୍ଣ୍ଣରେଖା ନଦୀରୁ ମାଫିଆ ମାନେ ଶହ ଶହ ଟ୍ରିପ୍ ବାଲି ଉତ୍ତୋଳନ କରି ରାତି ଅଧିଆ ଚୋରା ଚାଲାଣ କରି ଆସୁଥିଲେ । ଏଭଳି ଅଚାନକ ରାତି ଅଧିଆ ରେଡ୍କୁ ନେଇ ଚୋରା ବାଲି ମାଫିଆଙ୍କ ଭିତରେ ଭୟ ସୃଷ୍ଟି ହେଇଛି ।