ମାଲକାନଗିରି,୨୧/୧୨:ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଦରଭା ଘାଟିରେ ଓଲଟିଲା ମିନି ଟ୍ରକ୍। ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କୋଲେଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । 

ଗୁରୁତରମାନଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି । ଟ୍ରକ ଚନ୍ଦାମେଟା ଗାଁର ୩୫ଜଣ ଆଦିବାସୀ ନେଇ ଯାଇଥିବା ବେଳେ ଏହି ଦୁର୍ଘଟଣା ହୋଇଛି ।