ଭୁବନେଶ୍ବର, ୩।୧୨ : ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀ ରାଜ ହରିଚନ୍ଦନ । ଆସନ୍ତା ମହାଶିବରାତ୍ରି ପୂର୍ବରୁ ଜରୁରୀକାଳୀନ ଭିତ୍ତିରେ ପାର୍କିଂ ଏବଂ ମନ୍ଦିରର ଚତୁଃପାର୍ଶ୍ଵର ଆଲୋକୀକରଣ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଛନ୍ତି ।

ଲୋକସେବା ଭବନ ଠାରେ ଏକାମ୍ର ସଂରକ୍ଷଣ ଯୋଜନା ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଛି।ଏହା ସହିତ ଉକ୍ତ ବୈଠକରେ ବିନ୍ଦୁସାଗରର ପାର୍ଶ୍ୱବର୍ତ୍ତୀ ସୌନ୍ଦର୍ଯ୍ୟକରଣ, ଔଷଧୀୟ ଉଦ୍ୟାନର ସଂରକ୍ଷଣ, ମନ୍ଦିର ସହିତ ବିଭିନ୍ନ ମଠର ପୁନଃନିର୍ମାଣ,ସେବାୟତ ମାନଙ୍କ ପାଇଁ ମୋବାଇଲ, ଶୌଚାଳୟର ବ୍ୟବସ୍ଥା ଇତ୍ୟାଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ଆଲୋଚନା କରାଯାଇଛି।

ଏକାମ୍ର ପ୍ରୋଜେକ୍ଟ ପାଇଁ ସମୁଦାୟ ଜମି ଅଧିଗ୍ରହଣରୁ ଅବଶିଷ୍ଟ ଅଂଶ ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀମାନଙ୍କୁ ପୂର୍ତ୍ତ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।​​​​​​​ ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ବର ମହାନଗର ନିଗମର ମେୟର ସୁଲୋଚ଼ନା ଦାସ,ଭୁବନେଶ୍ବର ମହାନଗର ନିଗମର କମିଶନର ଚ଼ଞ୍ଚଳ ରଣା,ଦେବୋତ୍ତର କମିଶନର ଲଲାଟେନ୍ଦୁ ଜେନା, ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ ।