ଭୁବନେଶ୍ବର,୩/୩ : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ପରେ ତାଙ୍କୁ ଭୁବନେଶ୍ବରସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି । ଖବର ଲେଖା ହେବା ସୁଦ୍ଧା ତାଙ୍କର ଏମ୍ସରେ ଚିକିତ୍ସା ଚାଲିଛି । ବର୍ତ୍ତମାନ ଏମ୍ସ ପକ୍ଷରୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ଅପଡେଟ୍ ଆସିନାହିଁ ।