ଚାନ୍ଦବାଲି ୦୪/୬ : ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଘଟିଛି ଏକ ଦୁଃଖଦ। ବାଉଁଶ ପୋଲରୁ ପଡି ନାବାଳକ ମୃତ । ମୃତ ନାବାଳକ ଜଣକ ହେଉଛନ୍ତି ଓରାସାହି ପଞ୍ଚାୟତ ନେଢୁଆଳି ଗାଁର ମଦନ ରାଉତଙ୍କ ୮ ବର୍ଷର ପୁଅ ସୌମ୍ୟ ରଞ୍ଜନ ରାଉତ । ଆଜି ନାବାଳକ ଜଣକ ତାର ଅନ୍ୟ ୨ଜଣ ସାଙ୍ଗ ମାନଙ୍କ ସହିତ ଗାଁ ପାଖ ମାଟିଆ ମଙ୍ଗଳା ଦେଖିବାକୁ ବୈତରଣୀ ନଦୀ ଶାଖା ଜୋରର ଏଜ ବାଉଁଶ ପୋଲରେ ପାର ହେଉଥିବା ବେଳେ ହଠାତ ତାଙ୍କ ଗୋଡ ବାଉଁଶରେ ଖସି ଯାଇଥିଲା । ସେ ପାଣିରେ ପଡି ଯାଇଥଲେ । ତା ସାଙ୍ଗ ମାନେ ଘରକୁ ଫେରି କହିଥିଲେ । ତୁରନ୍ତ ଗ୍ରାମବାସୀ ଯାଇ ଖୋଜାଖୋଜି କରିଥିଲେ । କିଛି ସମୟ ପରେ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଗାଁରେ ଶୋକର ଛାୟା ଖେଳିଯାଇଛି l

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...