ଭୁବନେଶ୍ବର,୨୨/୦୪: ସୁନ୍ଦରଗଡ଼ରେ ଲଜ୍ୟା। ଜଣେ ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ।  ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ।  ଖବର ପାଇ ଘଟଣାର ତଦନ୍ତ କରୁଛି ପୋଲିସ । 

ଏହା ମଧ୍ୟ ପଢନ୍ତୁ- ଗୋଟିଏ କେସ୍‌ର ଖିଅ ଖୋଜୁ ଖୋଜୁ ଧରାପଡ଼ିଲେ ଆଉ ଜଣେ, ବସ୍ ଭିତରୁ ବ୍ରାଉନସୁଗାର ସହ ମାଫିଆ ଗିରଫ

ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ତଳସରା ଥାନା ଅନ୍ତର୍ଗତ କୁରେଇ ଗ୍ରାମର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି।  ତିନି ଜଣ ସାଙ୍ଗ ଭୋଜି ଖାଇ ଘରକୁ ଫେରୁଥିବା ବେଳେ ବାଟରେ  ତିନିରୁ ଚାରି ଜଣ ଆସି ତିନି ଜଣଙ୍କୁ ଟଣାଓଟରା କରିଥିଲେ। ହେଲେ ସେଠାରୁ  ଦୁଇ ଜଣ ଦୌଡି ପଳାଇଥିବା ବେଳେ ଦୁର୍ବତ୍ତମାନେ ଜଣେ ନାବାଳିକାକୁ ଟେକି ନେଇ ଏକ ଜଙ୍ଗଲରେ ଗଣ ଦୁଷ୍କର୍ମ  କରିଥିଲେ। ଯାହାକୁ  ନେଇ ନାବାଳିକା ଓ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୋଲିସର ଘଟଣାର ତଦନ୍ତ ଜାରି ରଖିଛି ।