ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ମା’ ହେଲେ ନାବାଳିକା, ଧରାଛୁଆଁ ଦେଉନି ପ୍ରେମିକ; ଏତଲା ପାଇ ପୁଲିସ୍‌ ଚୁପ୍‌

Published By : Prameya | June 30, 2025 10:07 AM

ବୀରମହାରାଜପୁର, ୩୦/୦୬: ବୀରମହାରାଜପୁର  ଥାନା ହରିହରଯୋର ଫାଣ୍ଡି ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ପ୍ରେମ ପ୍ରତାରଣାର ଶିକାର ହୋଇ ଏକ  ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ଘଟଣା ପରଠୁ ସମ୍ପୃକ୍ତ ପ୍ରେମିକ ଜଣକ ଆଉ ଧରାଛୁଆଁ ଦେଉନାହାନ୍ତି ।  ନାବାଳିକା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ଅଭିଯୋଗ  ହେଉଛି । 

ବିନିକା ଅଞ୍ଚଳର ସମ୍ପୃକ୍ତ ଯୁବକ ସମ୍ପର୍କୀୟ ଘରକୁ ଆସିଥିବା ବେଳେ ଅନାଥ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା । ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବାରୁ ନାବାଳିକା  ଜଣକ ଅନ୍ତଃସତ୍ତ୍ୱା ହୋଇଥିଲେ । ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ହେଲେ ପ୍ରତାରକ ପ୍ରେମିକ ଆଉ ଧରାଛୁଆଁ ଦେଉନାହାନ୍ତି । ନାବାଳିକାଙ୍କ ତରଫରୁ ଜାତି ସମ୍ପ୍ରଦାୟ କେତେଜଣ ବ୍ୟକ୍ତି ଯୁବକଙ୍କ ବିନିକାସ୍ଥିତ  ଘରକୁ ଯାଇ ଆଲୋଚନା କରିଥିଲେ । କିନ୍ତୁ ଯୁବକଙ୍କ ପରିବାର ସଦସ୍ୟ ନାବାଳିକାଙ୍କ ସହ କୌଣସି ସମ୍ପର୍କ ନ ଥିବା କହି ଫେରାଇ ଦେଇଥିଲେ । ନାବାଳିକା ଜଣକ ବିନିକା ଥାନାରେ ଅଭିଯୋଗ କରିବାକୁ ଯାଇଥିବାବେଳେ ପୁଲିସ୍‌ ବୀରମହାରାଜପୁର ଥାନାକୁ ଯିବାକୁ ପରାମର୍ଶ  ଦେଇ ଚୁପ୍‌ ବସିଯାଇଛି । ପୀଡ଼ିତା ଗତ ଜୁନ୍‌ ୨୩ରୁ  ବୀରମହାରାଜପୁର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ  ପୁଲିସ ମାମଲା ରୁଜୁ କରି ନ ଥିବା ଜଣାପଡ଼ିଛି । ଏ ନେଇ  ଥାନାଧିକାରୀ ଅଞ୍ଜୁ ଓରାମ କୁହନ୍ତି, ଯୁବକକୁ ଧରିବାକୁ  ଲୋକେସନ ଟ୍ରାକ୍‌ କରୁଛୁ । ଯୁବକ ଜଣକ ଝିଅକୁ ବିବାହ କରିବାକୁ ଅରାଜି ହେଲେ ମାମଲା ରୁଜୁ କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.